ଭୁବନେଶ୍ବରର ୟୁନିଟ୍‌-୩ରେ ଧୂମଧାମରେ ପାଳନ ହେବ “ପ୍ରୟାସ ରଜ ମହୋତ୍ସବ”, ହ୍ୱାଟସ୍ ଅପ୍‌ ନମ୍ବରରେ ରେଜିଷ୍ଟ୍ରେସନ କରିପାରିବେ ପ୍ରତୀଯୋଗୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଧୁନିକ ଯୁଗରେ ଆମ ସଂସ୍କୃତି ଲୋକକଳା ହଜି ହଜି ଯାଉଛି । ବର୍ତ୍ତମାନର ଡିଜିଟାଲ, ଟିଭି ମୋବାଇଲ ସହିତ ହ୍ୱାଟସପ୍‌, ଫେସ୍‌ବୁକ, ଟ୍ୱିଟର, ଇନଷ୍ଟାଗ୍ରାମ୍‌, ଇଉଟିୟୁବ୍ ଭଳି ପ୍ଲାଟଫର୍ମରେ ଛୋଟଛୁଆଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ମତୁଆଲା । ଯୁବଗୋଷ୍ଠି କଥା ନ କହିବା ଭଲ । କାରଣ ସେମାନେ ଓଡିଶାର ସାହିତ୍ୟ, ସଂସ୍କୃତି, ପୂଜା ପର୍ବ ଭଳି ଲୋକକଥା ବିଷୟରେ ଅଜ୍ଞାନ । ଏହିଭଳି ସ୍ଥିତିରେ ପ୍ରୟାସ ଅନୁଷ୍ଠାନ ଦୀର୍ଘ ୪ ବର୍ଷର ସଫଳତା ପରେ ଚଳିତ ବର୍ଷ ଠିକ୍‌ ସମାନ୍ ଢଙ୍ଗରେ ଆୟୋଜିତ ହେବାକୁ ଯାଉଛି “ପ୍ରୟାସ ରଜ ମହୋତ୍ସବ” । ଜୁନ୍ ମାସ ୧୩ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ଦିନ ବ୍ୟାପି ଏହି ରଜ ମହୋତ୍ସବ ପାଳନ କରାଯିବ । ୟୁନିଟ୍‌-୩ ସ୍ଥିତ ଏକାମ୍ର ହାଟ ଆମ୍ପି ଥିଏଟରରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ଆପଣ ଗାଁର ପରିବେଶ ଗୋଟିଏ ଭ୍ରମ ସୃଷ୍ଟି କରିଥାଏ । ବ୍ୟସ୍ତ ବହୁଳ ରାଜଧାନୀରେ ମଧ୍ୟ ଗାଁ ର ମହକ ପୋଡପିଠା, ଆରିଶା, କାକରା, ମଣ୍ଡା, ଭଳି କି ଭଳି ପିଠାରେ ଏକାମ୍ର ହାଟ ବାସ୍ନାରେ ମହକି ଥାଏ ତା ସାଙ୍ଗରେ ଦୋଳିର ମଜା ଆହୁରି ଅଲଗା ।

ରାଜ୍ୟର ସମସ୍ତ ବର୍ଗର ପ୍ରତିଯୋଗୀମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ, ଆଙ୍କରିଂ, କମେଡି ସହିତ ପୁଚି, ମ୍ୟୁଜିକ୍ ଚେୟାର, ଅନ୍ଧପୁଟଳୀ, ଫ୍ୟାସନ ସୋ, ମଡେଲିଂ, ଇତ୍ୟାଦି ପରିବେଷଣ କରାଯିବ । ୧୩ ତାରିଖ – ସବଜୁନିୟର, ୧୪ ତାରିଖ – ଜୁନିୟର, ୧୫ ତାରିଖ – ସିନିୟର ଓ ୧୬ ତାରିଖରେ – ମା’ ମାନେ ଭାଗ ନେଇପାରିବେ । ଶେଷରେ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯିବ । ତିନୋଟି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ରଜକୁଇନ୍ ଟ୍ରଫି ପ୍ରଦାନ କରାଯିବ ।

ଏହି ୯୪୩୭୯୮୧୧୮୩ ଓ ୯୮୬୨୪୨୫୯୩୨ ହ୍ୱାଟସ୍ ଅପ୍‌ ନମ୍ବରରେ ପ୍ରତିଯୋଗୀମାନେ ଯୋଗାଯୋଗ କରି ନିଜ ନାମ ପଞ୍ଜିକୃତ କରିପାରିବେ । ଏହି ସାଂସ୍କୃତିକ ମହୋତ୍ସବରେ ବହୁ ବିଶିଷ୍ଟ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବେ । ବ୍ୟବସାୟିକ ନୁହେଁ ବରଂ ସାଂସ୍କୃତିକ ଉତ୍କର୍ଷତା ନିମିତ୍ତ ଜନସାଧାରଣଙ୍କ ସହଭାଗୀ ସହଯୋଗୀତା ପାଇଁ ପ୍ରୟାସର ଅଧ୍ୟକ୍ଷ ବନ ମହାନ୍ତି କହିଛନ୍ତି । ପ୍ରୟାସର କର୍ମକର୍ତ୍ତା କୌସ୍ତୁଭ ଦାସ, କମଳ ମହାନ୍ତି, ଜୟନ୍ତ ମହାନ୍ତି, ଚନ୍ଦ୍ରଶେଖର ପଣ୍ଡିତରା, ସଂଗ୍ରାମ ମହାରଣା, ବୃନ୍ଦାବନ ପଢିହାରୀ, ରିଷି, ସୋନାଲି, ଜସ୍ମିନ୍ ମହାନ୍ତି, ସୁରେଶ ପତ୍ରୀ ଓ ଉମାକାନ୍ତ ତାଣ୍ଡି ପ୍ରମୁଖ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.