ଢେଙ୍କାନାଳରୁ ପ୍ରି ଆକ୍ଟିଭେଟେଡ ସିମର ବଡ଼ ଗ୍ୟାଙ୍ଗକୁ ଧରିଲା କ୍ରାଇମବ୍ରାଞ୍ଚ,୩ ଜଣ ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପ୍ରି ଆକ୍ଟିଭେଟେଡ୍ ସିମ୍ କମ୍ପାନୀ ଠାରୁ ଆଣି ଗୋଟିଏ ଗ୍ରୁପ ଜରିଆରେ ଏହାକୁ ଫେକ୍ ଆକାଉଣ୍ଟ ଖୋଲିବା ସହ ବିଭିନ୍ନ ଅପରାଧରେ ନିୟୋଜନ ପାଇଁ ବ୍ୟବହୃତ ଅଭିଯୋଗ ରେ ଏକ ବଡ ରାକେଟକୁ ଧରିଛି କ୍ରାଇମବ୍ରାଞ୍ଚ। ଏହି ରାକେଟରେ ସଂପୃକ୍ତ ଥିବା ଢେଙ୍କାନାଳର ତିନି ଜଣ ସଦସ୍ୟ ଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ଠାରୁ ୧୯ ହଜାର ୬୪୧ ଟି ସିମ୍ ଜବତ କରିଛି । ଏଥି ସହିତ ସେମାନଙ୍କ ଠାରୁ ୧୪ ଲକ୍ଷ ୩୨ହଜାର ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ । ତିନୋଟି ସେବା ପ୍ରଦାନକାରୀ କମ୍ପାନୀ ର ଅଧିକାରୀ ଓ କର୍ମଚାରୀ ଙ୍କ ସଂପୃକ୍ତି ନେଇ କ୍ରାଇମବ୍ରାଞ୍ଚ ଅନୁସନ୍ଧାନ ଆରମ୍ଭ କରିଛି । ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଉ ଥିବା ବେଳେ ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।

ଭିଓ-୧-ବିଏସଏନଏଲ, ଭୋଡାଫୋନ ଓ ଜିଓ କମ୍ପାନୀ ର ପ୍ରିପେଡ ସିମ୍ ହଜାର ହଜାର ସଂଖ୍ୟାରେ ଆଣିଥିଲେ ଏହି ଅଭିଯୁକ୍ତମାନେ। ସୋସିଆଲ୍ ମିଡିଆରେ ବାୟର-ସେଲର ଅଫ ଓଟିପି ନାଁରେ ଏକ ଗ୍ରୁପ ଜରିଆରେ ସାରା ଦେଶକୁ ସିମ୍ ଯୋଗାଉ ଥିଲା ରାକେଟ। ଏଭଳି ସିମ ବିକୁଥିବା ଏକ ରାକେଟକୁ କ୍ରାଇମବ୍ରାଞ୍ଚ ଟିମ ଢେଙ୍କାନାଳ ରୁ ଠାବ କରିଛି। ଏହି ଗ୍ରୁପ ର ତିନି ସଦସ୍ୟ ଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ସେମାନଙ୍କ ଠାରୁ ୧୯ହଜାର ୬୪୧ ପ୍ରି ପେଡ ସିମ୍ ଜବତ କରିଛି। ଏଥି ସହିତ ୧୪ ଲକ୍ଷ ୩୨ ହଜାର ଟଙ୍କା, ୪୮ ମୋବାଇଲ, ବହୁ ସଂଖ୍ୟକ ଭୋଟର ପରିଚୟ ପତ୍ର ଜେରକସ, ଲାପଟପ ଓ କଲର ଫଟୋ ଜବତ କରିଛି କ୍ରାଇମବ୍ରାଞ୍ଚ।

ବିଏସଏନଏଲ, ଭୋଡାଫୋନ, ଜିଓ ସିମ୍ ଜବତପରେ ଏହି ସବୁ କମ୍ପାନୀର ଅଧିକାରୀ ଓ କର୍ମଚାରୀ ଙ୍କ ସଂପୃକ୍ତି ନେଇ ଅନୁସନ୍ଧାନ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଗିରଫ ତିନି ଅଭିଯୁକ୍ତ ଙ୍କ ମଧ୍ୟରୁ ସାଇ ପ୍ରକାଶ ଦାସ ଓ ଅବିନାଶ ନାୟକ ମୋବାଇଲ ଦୋକାନ କରି ସିମ ଦେଉଥିଲେ। ସେମାନଙ୍କ ଠାରୁ ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ସାହୁ ସିମ୍ ନେଇ ବାୟର ସେଲର ଅଫ ଓଟିପି ଗ୍ରୁପରେ ଗ୍ରାହକମାନଙ୍କୁ ସିମ୍ ବିକ୍ରି କରୁଥିଲା। ସିମ୍ ପିଛା ୪ଶହ ଟଙ୍କା ନେଉଥିଲା ଦୁଷ୍ମନ୍ତ । ପରେ ଏହି ସିମ୍ କୁ ନେଇ ଗ୍ରାହକ ମାନେ ଫେକ୍ ଏକାଉଣ୍ଟସ୍ ଓ ୱାଲେଟ୍ ଏକାଉଣ୍ଟ ଖୋଲି ସ୍ବିଗୀ, ଆମାଜନ,ଫ୍ଲିଫକାର୍ଟ,ପେଟିଏମ,ଫୋନଫେ ଭଳି ବଡ ବଡ କମ୍ପାନୀ ରୁ ଅନଲାଇନ ସଫିଂ କରୁଥିଲେ। ଏଥି ସହିତ ହ୍ବାଟସଅପ ରେ ମଧ୍ୟ ଫେକ ଏକାଉଣ୍ଟ ଖୋଲୁଥିଲେ। ଏବେ ଏହି ରାକେଟରେ ଆଉ କେଉଁ ମାନେ ସଂପୃକ୍ତ ସେ ସଂପର୍କରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ।ଗିରଫ ତିନି ସଦସ୍ୟ ରିମାଣ୍ଡରେ ଆସିବ ପରେ ଅଧିକ ପଚରାଉଚୁରା କରିବ କ୍ରାଇମବ୍ରାଞ୍ଚ। ଏଥିରେ ଆହୁରି ଏକାଧିକ ବ୍ୟକ୍ତି ଗିରଫ ହେବାର ସମ୍ଭାବନା ମଧ୍ୟ ରହିଛି।

Leave A Reply

Your email address will not be published.