ଭାରତ-ପାକ୍ ମ୍ୟାଚକୁ ନେଇ ଭବିଷ୍ୟବାଣୀ

0

ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ଭାରତରେ ଆରମ୍ଭ ହୋଇଛି କ୍ରିକେଟର ମହାସମର ଆଇସିସି ବିଶ୍ୱକପ ୨୦୨୩ । ଆଉ ଏହି ୱାର୍ଲ୍ଡ କପରେ ବିଜୟର ଧାରା ଜାରି ରଖିଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ ପରେ ଆଫଗାନିସ୍ତାନକୁ ମଧ୍ୟ ୱାର୍ଲ୍ଡକପ ମଇଦାନରେ ଧୂଳି ଚଟେଇଥିଲା ଭାରତ । ଏହାପରେ ୧୪ ଅକ୍ଟୋବରରେ ରହିଛି ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ । ଯାହା ଉପରେ ରହିଛି ପୁରା ବିଶ୍ୱର ନଜର ।

ଆଉ ଭାରତ-ପାକିସ୍ତାନ ମ୍ୟାଚରେ ଭାରତର ବିଜୟ ପାଇଁ ଦେଶବାସୀ ପ୍ରାର୍ଥନା ମଧ୍ୟ କରୁଛନ୍ତି । କିନ୍ତୁ ଏହାରି ଭିତରେ କାଶୀର ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ସଞ୍ଜୟ ଉପାଧ୍ୟାୟ ଏହି ମ୍ୟାଚକୁ ନେଇ ଏକ ବଡ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଯେ, ଭାରତ-ପାକିସ୍ତାନ ମ୍ୟାଚ ଉପରେ ତିନୋଟି ଗ୍ରହର ପ୍ରଭାବ ରହିଛି । ତେବେ ପୂର୍ବରୁ ବିଶ୍ୱକପରେ ଭାରତ ସାତ ସାତ ଥର ପାକିସ୍ତାନକୁ ଧୂଳି ଚଟାଇଛି । ଆଉ ପ୍ରତିଥର ଗୁରୁ, ଶନି ଓ ରାହୁର ଚଳନ ପାଇଁ ହିଁ ଏହା ସମ୍ଭବ ହୋଇଛି । ତେବେ ଚଳିତ ମ୍ୟାଚରେ ମଧ୍ୟ ଗୁରୁର ମହତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଏହି ଦିନ ଗୁରୁ ନିଜର ମିତ୍ର ରାଶି ମଙ୍ଗଳରେ ଅବସ୍ଥାପନ କରୁଛନ୍ତି । ଏହାସହ ରାହୁ ମଧ୍ୟ ମଙ୍ଗଳ ରାଶିରେ ରହିଛନ୍ତି । ଯାହା ଅକ୍ଟୋବର ୧୪ରେ ଥିବା ଭାରତ-ପାକିସ୍ତାନ ମ୍ୟାଚରେ ଭାରତକୁ ବିଜୟ ହାସଲ କରିବାରେ ସହାୟକ ହେବ । ତେବେ ଏହି ଗ୍ରହଚାଳନା ଯୋଗୁ ଆଗାମୀ ମ୍ୟାଚରେ ଭାରତର ବିଜୟ ସୁନିଶ୍ଚିତ ବୋଲି ସଞ୍ଜୟ ଉପାଧ୍ୟାୟ ଭବିଷ୍ୟବାଣୀ କରିଛନ୍ତି ।

Leave A Reply

Your email address will not be published.