ନବୀନ ନିବାସରେ ପହଞ୍ଚିଲେ ପ୍ରେମ୍ ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ୍: ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ।ବିରୋଧୀ ଦଳ ନେତା ନବୀନଙ୍କ ବଡ଼ ଭାଇ।ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଆସିଛନ୍ତି ବଡ଼ ଭାଇ।ଗତ କିଛିଦିନ ଧରି ଚିକିତ୍ସିତ ହେଉଥିଲେ ନବୀନପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି । ଆଜି ନବୀନଙ୍କୁ ଦେଖିବା ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ବଡ ଭାଇ ପ୍ରେମ୍ ପଟ୍ଟନାୟକ ।

ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ବଡ ଭାଇ । ମୁମ୍ବାଇରେ ନବୀନଙ୍କ ଚିକିତ୍ସା ବେଳେ ପ୍ରେମ୍ ପଟ୍ଟନାୟକ ଡାକ୍ତରଙ୍କ ସହ ଟିକିନିକି ଆଲୋଚନା କରିଥିଲେ । ଏବେ ସେ ଚିକିତ୍ସିତ ହୋଇ ଫେରିବା ପରେ ପ୍ରେମ୍ ପଟ୍ଟନାୟକ ନବୀନଙ୍କୁ ଭେଟିବା ପାଇଁ ଭୁବନେଶ୍ଵର ଆସିଛନ୍ତି ।

Leave A Reply

Your email address will not be published.