ଓଡ଼ିଆ ନ୍ୟୁଜ୍: ଆଜିଠୁ ବଢ଼ିଲା ପ୍ରିମିୟମ ପେଟ୍ରୋଲ୍ ଦାମ୍। ୨ ଟଙ୍କା ୩୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ନେଇ ସୂଚନା। BPCL ସ୍ପିଡ୍, HPCL ପାୱାର, IOCLର XP95 ଦାମ୍ ବଢ଼ିଲା। ୨ ଟଙ୍କା ୯ ପଇସାରୁ ୨ଟା ୩୫ ପଇସା ପର୍ଯ୍ୟନ୍ତ ବଢ଼ିଲା। ସାଧାରଣ ପେଟ୍ରୋଲ ଦାମ୍ ବୃଦ୍ଧି ପାଇ ନାହିଁ।
ସୂଚନା ଅନୁସାରେ, ବିଭିନ୍ନ କମ୍ପାନି ସେମାନଙ୍କର ପ୍ରିମିୟମ ପେଟ୍ରୋଲର ଦାମରେ ଲିଟର ପିଛା ୨ ଟଙ୍କା ୩୦ ପଇସା ଲେଖାଏଁ ବୃଦ୍ଧି କରିଛନ୍ତି। CNBC ଆଓ୍ବାଜର ଏକ ରିପୋର୍ଟ ଅନୁସାରେ, ପେଟ୍ରୋଲ ଡିଲରମାନେ ମୂଲ୍ୟ ବୃଦ୍ଧି ନେଇ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ କେବଳ ପାଓ୍ବାର ପେଟ୍ରୋଲ ଦାମ ବଢ଼ିଛି ଏବଂ ରେଗୁଲାର ପେଟ୍ରୋଲ ଦାମ୍ ବଢ଼ାଯାଇନାହିଁ ବୋଲି ଡିଲର ସଂଘ ପକ୍ଷରୁ କୁହାଯାଇଛି।
କେଉଁମାନଙ୍କ ଉପରେ ପଡ଼ିବ ପ୍ରଭାବ ?
ଏହି ବୃଦ୍ଧିର ପ୍ରଭାବ ମୁଖ୍ୟତଃ ସେହି ଗ୍ରାହଙ୍କ ଉପରେ ପଡ଼ିବ ଯେଉଁମାନେ ହାଇ- ଅକ୍ଟେନ ବା ପ୍ରିମିୟମ ପେଟ୍ରୋଲ ବ୍ୟବହାର କରୁଥିଲେ। ପ୍ରିମିୟମ ପେଟ୍ରୋଲର ବ୍ୟବହାର ସାଧାରଣତଃ ଉତ୍ତମ ଇଞ୍ଜିନ ପରଫରମାନ୍ସ ଏବଂ ଅଧିକ ମାଇଲେଜ ପାଇଁ ବ୍ୟବହାର ହୋଇଥାଏ।
ତେବେ କମ୍ପାନିଙ୍କ ପକ୍ଷରୁ ଦାମ୍ ବୃଦ୍ଧି ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ଅବଶ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଇରାନ ଯୁଦ୍ଧ ଯୋଗୁ ବିଶ୍ବ କଞ୍ଚାତେଲ ଦାମ ଅସ୍ଥିର ଏବଂ ପରିବହନ ଖର୍ଚ୍ଚରେ ପରିବର୍ତ୍ତନ ଦାମରେ ବୃଦ୍ଧିର ମୁଖ୍ୟ କାରଣ ହୋଇପାରେ।