ଓଡ଼ିଆ ନ୍ୟୁଜ, କଟକ : ପ୍ରଭୁ ଧବଳେଶ୍ବରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି। ଆଠଗଡ଼ର ଆରାଧ୍ୟ ଶ୍ରୀଶ୍ରୀ ଧବଳେଶ୍ବର ମହାପ୍ରଭୁଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା ପାଇଁ ଆଜି ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଧବଳେଶ୍ବର ମନ୍ଦିର ପରିସରରେ ଜିଲ୍ଲାପାଳ କଟକ ଡ଼ଃ ଭବାନୀ ଶଙ୍କର ଚୟନିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ନଭେମ୍ବର ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ପଞ୍ଚକ ଯାତ୍ରା ଅନୁଷ୍ଠିତ ହେବ। ୨୫ ତାରିଖରେ ବଡ଼ଓଷା, ୨୬ ତାରିଖରେ ଗଜଭୋଗ ବିତରଣ କରାଯିବା ଓ ୨୭ ତାରିଖ ରାସ ପୂର୍ଣ୍ଣିମା ପାଳନ ହେବ। ବୈଠକ ପ୍ରାରମ୍ଭରେ ପୂଜକ ସମିତି ସଭାପତି ଶ୍ରୀ ବିଷ୍ଣୁବରଣ ପତ୍ରୀ ଶ୍ଳୋକ ପାଠ କରିବା ସହ ପଞ୍ଚକ ଓ ବଡ଼ଓଷା ଯାତ୍ରା ସମୟରେ ପାଞ୍ଚ ଦିନ ମାନଙ୍କରେ ମହାପ୍ରଭୁଙ୍କ ନୀତିକାନ୍ତି ସୂଚନା ଦେଇଥିଲେ। ସ୍ଥାୟୀ ପୋଲର କ୍ଷମତା ଅନୁଯାୟୀ ଯାତ୍ରୀମାନଙ୍କୁ ଛଡ଼ାଯିବା ପୋଲରେ ଆବଶ୍ୟକ ଆଲୋକ ବ୍ୟବସ୍ଥା, ବ୍ୟାରିକେଡ୍ ଦ୍ୱାରା କରିଡର ନିର୍ମାଣ କରାଯାଇ ବରିଷ୍ଠ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଇ-ରିକ୍ସା ଚଳାଚଳ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ଅନନ୍ତ ଗୋପାଳ ଭକ୍ତ ସମାଜ ଛତିଆ ବଟ ତରଫରୁ ସ୍ବେଛାସେବୀ ମୁତୟନ କରାଯିବ।
ବୈଠକରେ କଟକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ରାୟ,ଉପଜିଲ୍ଲାପାଳ ଆଠଗଡ଼ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଚୌଦ୍ବାର ଏସ୍ଡ଼ିପିଓ ରମାକାନ୍ତ ନାୟକ, ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳି ଚରଣ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ ।ତହସିଲଦାର ଶ୍ରୀ ପ୍ରିୟବ୍ରତ ଦାସ ଦେବୋତ୍ତର ବିଭାଗ ସୁପରଭାଇଜର ଶ୍ରୀ ଭବାନୀ ଶଙ୍କର ପଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।