ପାରାଦୀପରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ପାରାଦୀପରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଜାହାଜରେ ବସି ଜଳଯାତ୍ରା କରିଛନ୍ତି ମହାମହିମ । କୁନି କୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି ।

ସେପଟେ ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ବନ୍ଦର ନଗରୀ । ଗତକାଲିଠୁ ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ପ୍ରସ୍ତୁତି ସରିଛି । ଡେମୋ ରିହଲସେଲ ମଧ୍ଯ ସରିଛି ଆଉ ଏବେ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମରେ ସ୍ଵତନ୍ତ୍ର ବାୟୁ ସେନା ହେଲିକପ୍ଟର ଯୋଗେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସି ଅବତରଣ କରିବା ପରେ ସେଠାରୁ କାରକେଡ ଯୋଗେ ରାଷ୍ଟ୍ରପତି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ୱେଟ୍ ବେଶୀନ କୁ ଯିବା ସହ ସେଠାରେ ଆୟୋଜିତ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି ।

ସେଠାରୁ ନେହେରୁବଙ୍ଗଳା କୁ ଯାଇ ମହାମହିମ ମଧ୍ୟାହ୍ନ ଭୋଜନ ସାରିବା ପରେ କିଛି ମତ୍ସ୍ୟଜୀବୀଙ୍କ ସହ କଥା ହୋଇ ୩ଟା ୫୫ ମିନିଟ ରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ସାଧାରଣ ଜନତା ଓ ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା । ନେହେରୁ ବଙ୍ଗଳାରେ ରାଷ୍ଟ୍ରପତି ମଧ୍ୟାନ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ମତ୍ସ୍ୟଜୀବୀଙ୍କୁ ଭେଟି ଆଲୋଚନା କରିବେ ରାଷ୍ଟ୍ରପତି । ପାରାଦୀପରୁ ଅପରାହ୍ଣରେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବାର କାର୍ଯ୍ୟସୂଚୀ ରହିଛି ।

Leave A Reply

Your email address will not be published.