ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଚରଣକୁ ନେଇ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି। ଦାର୍ଜିଲିଂ ଅନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀ ଅବସରରେ କ୍ଷୋଭ ପ୍ରକାଶ କଲେ। ‘ସ୍ଥାନଟି ସଂକୀର୍ଣ୍ଣ କହୁଥିଲେ, ମାତ୍ର ଏଠାରେ ୫ ଲକ୍ଷ ଲୋକ ଏକତ୍ରିତ ହୋଇପାରିବେ’।‘ ମୁଁ ଜାଣି ନାହିଁ ପ୍ରଶାସନର ମନରେ କଣ ଚାଲିଥିଲା’।ଏପରି ଏକ ସ୍ଥାନ ବାଛିଲେ ଯେଉଁଠାରେ ସାନ୍ତାଳ ଲୋକେ ଯାଇପାରିଲେନି।‘ପ୍ରଶାସନ ଭାବିଥିଲା କେହି ଉପସ୍ଥିତ ହେବେ ନାହିଁ, ରାଷ୍ଟ୍ରପତି ଆସି ଫେରିଯିବେ’।ଯଦି ରାଷ୍ଟ୍ରପତି କୌଣସି ସ୍ଥାନକୁ ଆସନ୍ତି, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଆସନ୍ତି।‘ମୁଁ ମଧ୍ୟ ବେଙ୍ଗଲର ଝିଅ… ମମତା ଦିଦି ମୋ ସାନ ଭଉଣୀ ପରି।‘ମୁଁ ଜାଣି ନାହିଁ ସେ ମୋ ଉପରେ ରାଗିଛନ୍ତି କି ନାହିଁ, ସେଥିପାଇଁ ଏହା ଘଟିଛି’।
କିନ୍ତୁ ରାଷ୍ଟ୍ରପତି ନିଜେ ସେହି ସ୍ଥାନକୁ ଯାଇ ଦେଖିଥିଲେ ଯେ, ସେଭଳି କିଛି ଅସୁବିଧା ନାହିଁ। ସେଠାରେ ଲକ୍ଷାଧିକ ଲୋକ ଆରାମରେ ଏକାଠି ହୋଇପାରିବେ । ସେହି ସ୍ଥାନରୁ ହିଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟିଏମସି ସରକାରଙ୍କ ଉପରେ ବର୍ଷିଛନ୍ତି ।
ପଶ୍ଚିମବଙ୍ଗରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ‘ହୁଏତ ମମତା ବାନାର୍ଜୀ ମୋ ଉପରେ ରାଗିଛନ୍ତି।’ ରାଷ୍ଟ୍ରପତି ମୁର୍ମୁ ଅନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗର ଦାର୍ଜିଲିଂରେ ପହଞ୍ଚିଥିଲେ। ରାଷ୍ଟ୍ରପତି ମୁର୍ମୁ ପ୍ରଥମେ ଗୋସାଇଁପୁରରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ତା’ପରେ ସିଲିଗୁଡ଼ି ଉପଖଣ୍ଡର ବିଧାନ ନଗରରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନ ନଗରରେ କହିଛନ୍ତି, ‘ଆଜି ଅନ୍ତର୍ଜାତୀୟ ସାନ୍ତାଳ ପରିଷଦର ଏକ ସମ୍ମିଳନୀ ଥିଲା ।