ଓଡ଼ିଆ ନ୍ୟୁଜ୍: ଓଡିଶା ଆସିବେ ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତି ଝାରସୁଗୁଡ଼ା ଓ ରାଇରଙ୍ଗପୁରରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।
ଓଡ଼ିଶା ପୁଲିସର ପ୍ରସ୍ତାବିତ ରାଇରଙ୍ଗପୁର ପୋଲିସ ଜିଲ୍ଲାକୁ ରାଷ୍ଟ୍ରପତି ଶୁଭାରମ୍ଭ କରିବା ସହିତ ଏସ୍ପିଙ୍କ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ । ସେହିପରି ଓଡ଼ିଶା ପୁଲିସକୁ ନୂତନ ଭାବେ ମିଳିଥିବା ‘ରାଷ୍ଟ୍ରପତି ପୋଲିସ କଲର ସମ୍ମାନ’କୁ ରାଷ୍ଟ୍ରପତି ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ଗତ ୧ ତାରିଖରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପୁଲିସର ‘ରାଷ୍ଟ୍ରପତି ପୋଲିସ କଲର ସମ୍ମାନ’ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା ।