ଓଡ଼ିଆ ନ୍ୟୁଜ୍: ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ ସାରି ଶିମିଳିପାଳରେ ରାତ୍ରିଯାପନ କରିଥିଲେ । ଆଜି ରାଷ୍ଟ୍ରପତି ଶିମିଳିପାଳ ବୁଲିବା କାର୍ଯ୍ୟକ୍ରମ ରହିଛି । ଏହା ପରେ ଭୁବନେଶ୍ବର ଫେରିଆସିବେ। ଭୁବନେଶ୍ବରରୁ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ରାଷ୍ଟ୍ରପତି ଛତିଶଗଡ଼ ଅଭିମୁଖେ ଯିବା ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି ।
ଆଜି ସେଠାରୁ ବାହାରି ଗୁଡୁଗୁଡ଼ିଆ ଗ୍ରାଉଣ୍ଡକୁ ଯାଇ ଏକ ଟ୍ରାଇବାଲ କମ୍ୟୁନିଟି ଉଦଘାଟନ ପରେ ଅଞ୍ଚଳର ଆଦିବାସୀ ମହିଳା ଓ ଯୁବକଙ୍କ ସହ ଆଲୋଚନା କରିବେ। ଏହା ପରେ ସେଠାରୁ ସେ ଭୁବନେଶ୍ବର ଫେରିବେ। ଭୁବନେଶ୍ବରରେ ଆୟୋଜିତ ବ୍ଲାକ ସ୍ବାନ୍ ସମ୍ମିଳନୀରେ ରାଷ୍ଟ୍ରପତି ଯୋଗଦେବେ । ପରେ ଲୋକ ଭବନରେ ରାତ୍ରୀଯାପନ କରି ଆସନ୍ତାକାଲି ଛତିଶଗଡ଼ ଅଭିମୁଖେ ବାହାରିବାର କାର୍ୟ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।