ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

0

ଫେବୃଆରୀ ୧୯ ତାରିଖ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ  l  ଏହି ଅବସରରେ ସେ ପୁରୀ ଗସ୍ତରେ ଯିବାର ମଧ୍ୟ କାର୍ଯ୍ୟକ୍ରମ  ରହିଛି  l ତେବେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଅବସରରେ ବସିଛି ସମୀକ୍ଷା ବୈଠକ  l

ଖବର ଅନୁଯାୟୀ, ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡ଼ଃ କନଓ୍ୱାର୍ ବିଶାଲ ସିଂହ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି କକ୍ଷରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  l

ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କିପରି ରହିବ ବ୍ୟବସ୍ଥା  ସେନେଇ ସମୀକ୍ଷା କରାଯାଇଛି  l ବୈଠକରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ନେଇ ଏସ୍ ପି ଓ ଜିଲ୍ଲାପାଳଙ୍କ ସୂଚନା । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ୪୦ ପ୍ଲାଟୁନ୍ ଫୋର୍ସ ମୃତୟନ ହେବ । ବିଭିନ୍ନ ସ୍ଥାନରେ ୨୦୦ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ନୀତିକାନ୍ତି ସୁରକ୍ଷା ବ୍ୟବସ୍ଥାର ତୃଟି ନକରିବାକୁ ମଠ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.