2030 ପର୍ଯ୍ୟନ୍ତ ରାଷ୍ଟ୍ରପତି ପୁଟିନ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭ୍ଲାଦିମିର ପୁଟିନ ଆସନ୍ତା 2024 ରୁଷିଆ ନିର୍ବାଚନରେ ପୁନର୍ବାର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ରଏଟର୍ସ ସୂତ୍ରରୁ ପ୍ରକାଶ। ରୁଷରେ କୌଣସି ବିରୋଧ ନହେବା ସହ ପୁଟିନ ସମାଲୋଚକମାନେ ଜେଲରେ ରହି ଦେଶ ଛାଡି ପଳାଇଛନ୍ତି – ସମ୍ଭବତଃ ପୁଟିନ ଅତି କମରେ 2030 ପର୍ଯ୍ୟନ୍ତ କାର୍ଯ୍ୟ କରିବେ।

‘ଦଶନ୍ଧିରେ ସବୁଠୁ ଜଟିଳ ସମୟ’ ଦେଇ ରୁଷ୍‌ ଗତି କରୁଥିବାବେଳେ ସେ ରାଷ୍ଟ୍ରପତି ପଦରେ ରହିବା ଜରୁରି ବୋଲି ପୁଟିନ୍‌ କହିଥିବା ରଏଟର୍ସ ରିପୋର୍ଟ ପ୍ରକାଶ କରିଛି । ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଯୁଦ୍ଧ ଜାରିଥିବାରୁ ପୁଟିନ୍‌ ରାଷ୍ଟ୍ରପତି ପଦ ସମ୍ଭାଳିବା ଜରୁରି ବୋଲି କ୍ରେମଲିନର କେତେଜଣ ଅଧିକାରୀ ମତ ରଖିଛନ୍ତି ।ଏଭଳି ସ୍ଥିତିରେ ରୁଷ୍‌ ସରକାରରେ କୌଣସି ବଡ଼ ପରିବର୍ତ୍ତନ ସମୀଚୀନ ହେବ ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି । ତେବେ ପୁଟିନ୍‌ଙ୍କ ପ୍ରାର୍ôଥତ୍ୱକୁ ନେଇ କ୍ରେମଲିନ୍‌ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ ।

ଖୁବ୍‌ଶୀଘ୍ର ଏ ନେଇ ଘୋଷଣା କରାଯାଇପାରେ । ୭୧ ବର୍ଷୀୟ ପୁଟିନ୍‌ ୧୯୯୯ ମସିହାରୁ ରୁଷ୍‌ର ରାଷ୍ଟ୍ରପତି ଅଛନ୍ତି । ବୋରିସ୍‌ ୟେଲ୍‌ତସିନ୍‌ଙ୍କ ପରେ ସେ ପଦ ସମ୍ଭାଳିଥିଲେ । ରୁଷ୍‌ର ଗଣମାଧ୍ୟମ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ନିୟନ୍ତ୍ରଣରେ । ତେଣୁ ପୁଟିନ୍‌ ପ୍ରାର୍ଥୀ ହେଲେ ତାଙ୍କ ବିଜୟ ପ୍ରାୟ ସୁନିଶ୍ଚିତ । ରୁଷ୍‌ରେ ପୁଟିନ୍‌ଙ୍କ ଆପ୍ରୁଭାଲ ରେଟିଂ ୮୦% ରହିଛି । ୨୦୨୦ ଜୁଲାଇରେ ପୁଟିନ୍‌ ସମ୍ବିଧାନରେ ସଂଶୋଧନ କରିଥିଲେ । ଏଥିରେ ତାଙ୍କୁ ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବାର ବାଟ ବାହାରିକରିଥିଲେ । ତେଣୁ ୨୦୨୪ ପରେ ରୁଷ୍‌ରେ ୨୦୩୦ରେ ପୁଣି ନିର୍ବାଚନ ହେବ । ପୁଟିନ୍‌ ୨୦୩୬ ପର୍ଯ୍ୟନ୍ତ ମଧ୍ୟ ରାଷ୍ଟ୍ରପତି ରହିପାରନ୍ତି ।

Leave A Reply

Your email address will not be published.