ଜମ୍ମୁ-କଶ୍ମୀରରେ ଉଚ୍ଛେଦ ହେଲା ରାଷ୍ଟ୍ରପତି ଶାସନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ଏହା ସହ ଏଠାରେ ୬ ବର୍ଷ ଧରି ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ଏବେ ଉଚ୍ଛେଦ ହୋଇଛି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛି। ଏନ୍‌ସି ମେଣ୍ଟକୁ ନ୍ୟାସନାଲ କନଫରେନ୍ସକୁ ୪୯ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ ଟି ଆସନ ମିଳିଛି।

ଆସନ୍ତା ୧୬ ତାରିଖରେ ଏନ୍‌ସି ମେଣ୍ଟ ସରକାର ଶପଥ ଗ୍ରହଣ କରିପାରେ। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ଏଠାରେ ନୂତନ ସରକାର ଗଠନ ପାଇଁ ଚାଲିଛି ପ୍ରସ୍ତୁତି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛି। ଏନ୍‌ସି ମେଣ୍ଟକୁ ନ୍ୟାସନାଲ କନଫରେନ୍ସକୁ ୪୯ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ ଟି ଆସନ ମିଳିଛି। ଆସନ୍ତା ୧୬ ତାରିଖରେ ଏନ୍‌ସି ମେଣ୍ଟ ସରକାର ଶପଥ ଗ୍ରହଣ କରିପାରେ। ନ୍ୟାସନାଲ କନ୍‌ଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।

ସେ ମିଳିତ ମେଣ୍ଟର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ୧୦ ବର୍ଷ ତଳେ ୨୦୧୪ରେ ଜମ୍ମୁ-କଶ୍ମୀରରେ ଶେଷ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା। ନିର୍ବାଚନ ପରେ ବିଜେପି ଓ ପିଡିପି ମେଣ୍ଟ ସରକାର ଗଠନ କରିଥିଲେ। କିନ୍ତୁ ୨୦୧୮ରେ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ଏବଂ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସରକାର ଭାଙ୍ଗିଯାଇଥିଲା। ସେବେଠାରୁ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।

Comments are closed.