ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଉପହାର, ଦେଶରେ ଜାରି ହେବ ୧୦୦ଟଙ୍କିଆ ମୁଦ୍ରା!

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେତାର କାର୍ଯ୍ୟକ୍ରମର ୧୦୦ତମ ଅଧ୍ୟାୟ ପ୍ରସାରଣ ଅବସରରେ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେବେ । ଆଗାମୀ ରବିବାର ଅର୍ଥାତ ଏପ୍ରିଲ ୩୦ ତାରିଖ ଦିନ ମୋଦିଙ୍କ ମନକି ବାତ୍ ର ୧୦୦ତମ ଅଧ୍ୟାୟ ପ୍ରସାରିତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ୧୦୦ ଟଙ୍କିଆ ମୁଦ୍ରା ଉପହାର ଦେବେ । ସରକାରଙ୍କ ଦ୍ୱାରା ଜାରି ଅଧିସୂଚନାରେ କୁହାଯାଇଛି ଯେ ମନକି ବାତର ୧୦୦ତମ ଅଧ୍ୟାୟ ଅବସରରେ ଟଙ୍କଶାଳ ପକ୍ଷରୁ ୧୦୦ ଟଙ୍କିଆ ମୁଦ୍ରା ଜାରି ହେବ । କୁହାଯାଉଛି ଏହି ମୁଦ୍ରାର ଗୋଲେଇ ୪୪ ମିଲିମିଟରର ହେବ । ଯାହାକୁ ୪ଟି ଧାତୁ ରୂପା, ତମ୍ବା, ନିକେଲ ଓ ଦସ୍ତା ମିସାଇ ନିର୍ମିତ କରାଯିବ ।

ଏହି ମୁଦ୍ରାର ଅଗ୍ରଭାଗ ମଝିରେ ଅଶୋକ ସ୍ତମ୍ବର ସିଂହ ରହିବ । ଯାହା ତଳେ ସତ୍ୟମେବ ଜୟତେ ଲେଖା ରହିବ । ସେହିପରି ମୁଦ୍ରାର ଧାରରେ ହିନ୍ଦୀରେ ଭାରତ ଓ ଇଂରାଜୀରେ ଇଣ୍ଡିଆ ଲେଖା ରହିବ । ତଳେ ରୁପି ଚିହ୍ନ ଦେଇ ୧୦୦ ଟଙ୍କା ଖୋଦେଇ ହୋଇଥିବ । ଏହି ମୁଦ୍ରାରେ ମନକି ବାତ୍ ୧୦୦ ଲେଖା ରହିବ । ଭାରତୀୟ ମୁଦ୍ରା ଇତିହାସରେ ୧୦୦ ଟଙ୍କିଆ ମୁଦ୍ରା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏବି ମୂଲ୍ୟର ମୁଦ୍ରା ଜାରି ହୋଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ୧୦୦ ଟଙ୍କିଆ ମୁଦ୍ରା ଜାରି ହୋଇଥିଲା । ଏହା ଛଡା ରାଜମାତା ବିଜୟରାଜେ ସିନ୍ଧିଆଙ୍କ ଜନ୍ମ ଶତାବ୍ଦୀ ଓ ଏଆଇଏଡିଏମକେର ଏମ.ଜି. ରାମଚନ୍ଦ୍ରଙ୍କ ଜନ୍ମ ଶତାବ୍ଦୀ ଅବସରରେ ୧୦୦ ଟଙ୍କା ମୁଦ୍ରା ଜାରି ହୋଇଥିଲା ବୋଲି ସୂଚନା ରହିଛି ।

Leave A Reply

Your email address will not be published.