ବାଜପେୟିଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଶବାସୀଙ୍କ ଦ୍ୱାରା ଆଦୃତ ହୋଇଛି ଅମୃତ କାଳର ବଜେଟ: ଅର୍ଜୁନ ମୁଣ୍ଡା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୧୪ ପରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଦେଶର ବିକାଶ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଇଛନ୍ତି । ଦେଶର ସୁରକ୍ଷା ଏବଂ ଜନତାଙ୍କ ମତକୁ ନେଇ ମୋଦି ସରକାର ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରିଛନ୍ତି । ସାମଗ୍ରିକ ବିକାଶ, ସବୁଜ ବିକାଶ, ଯୁବ ଶକ୍ତି, ଦେଶର ଶେଷ ବ୍ୟକ୍ତି ପାଖକୁ ବଜେଟକୁ ପହଂଚାଇବା, ସଶକ୍ତ ଆର୍ଥିକ କ୍ଷେତ୍ର, ଭିତିଭୁମି ଓ ପୁଞ୍ଜିନିବେଶ ଏବଂ କ୍ଷମତାର ବିକାଶକୁ ଆଧାର କରି ମୋଦି ସରକାର କେନ୍ଦ୍ରରେ ଏକ ଜନକଲ୍ୟାଣକାରୀ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି ।
ସମଗ୍ର ଦେଶବାସୀଙ୍କୁୁ ସାମାଜିକ ନ୍ୟାୟ, ସମ୍ମାନ ଓ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାର ସରକାରଙ୍କ ଏହି ବଜେଟ୍ । ଏହି ବଜେଟକୁ କୃଷକ, ମହିଳା, ଯୁବ, ଉଦ୍ୟୋଗୀ, ଆଦିବାସୀ ଜାତି ଓ ଜନଜାତି, ପଛୁଆ ବର୍ଗ, ଆର୍ଥିକ ଅନଗ୍ରସର ଦୁର୍ବଳ ଶ୍ରେଣୀ, ମଧ୍ୟମ ବର୍ଗ ସମସ୍ତେ ପ୍ରଶଂସା କରିଛନ୍ତି । ଦେଶବାସୀଙ୍କ ଦ୍ୱାରା ଆଦୃତ ହୋଇଛି ଅମୃତ କାଳର ବଜେଟ । ଏହା ଏକ କେବଳ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ନୁହେଁ ବରଂ ଆଗାମୀ ୨୫ ରୁ ୫୦ ବର୍ଷ ପାଇଁ ବିକଶିତ ଅର୍ଥବ୍ୟବସ୍ଥାର କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମୁଣ୍ଡା କହିଛନ୍ତି ଯେ, କରୋନା ମହାମାରୀ ସଂକଟ, ୟୁକ୍ରେନ-ରୁଷ ଯୁଦ୍ଧର ସତ୍ୱେ ଭାରତବର୍ଷର ଅର୍ଥନୈତିକ ସ୍ଥିତି ସୁଦୃଢ ରହିଛି । ଉପସ୍ଥାପିତ ହୋଇଥିବା ୨୦୨୩-୨୪ ଆର୍ଥିକ ବର୍ଷ ବଜେଟର ଆକାର ୪୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ହେବା ଭାରତବର୍ଷର ଦୃତ ଓ ଅଗ୍ରଗତି ଅର୍ଥବ୍ୟବସ୍ଥାକୁ ଦର୍ଶାଉଛି । ବିଶ୍ୱ ର୍ୟାଂକିଙ୍ଗରେ ଭାରତ ୧୦ମ ରୁ ୫ମ ସ୍ଥାନକୁ ଉନ୍ନୀତ ହୋଇଛି ଏବଂ ବହୁ ଶୀର୍ଘ ୩ୟ ସ୍ଥାନ ଅଧିକାର କରିବ । ସ୍ୱଚ୍ଛ ଭାରତ, ପିଏମ କିଷାନ. ପିଏମ ଆବାସ, ପିଏମ ଗରୀବ କଲ୍ୟାଣ ଅନ୍ନ ଯୋଜନା, ହର୍ ଘର୍ ନଲ୍ ପେ ଜଲ୍ ଯୋଜନାରେ ଶୁଦ୍ଧ ପାନୀୟ ଜଳ ଆଦି ଅନେକ ଜନକଲ୍ୟାଣ ଯୋଜନା ଦେଶବାସୀଙ୍କ ଦ୍ୱାରା ଆଦୃତ ହୋଇପାରିଛି । ଦେଶର ଆନ୍ତରିକ ଓ ବାହ୍ୟ ସୁରକ୍ଷା ଆଜି ସୁଦୃଢ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟିଜୀ ଯେଉଁ ସ୍ୱପ୍ନ ଦେଖିଥିଲେ, ବର୍ତମାନର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାକୁ ବାସ୍ତବ ରୂପ ଦେଉଛନ୍ତି ।
ମାଁ ଓ ଭଉଣୀମାନଙ୍କୁ ୨ ଲକ୍ଷ ଟଙ୍କାର ସଂଚୟ ଉପରେ ୭.୫ ପ୍ରତିଶତ ସୁଧ ମିଳିବ । ବରିଷ୍ଠ ନାଗରିକମାନେ ନିଜ ନିଜ ସେଭିଙ୍ଗ ଆକାଉଂଟରେ ବର୍ତମାନ ୪.୫ ଲକ୍ଷ ପରିବର୍ତେ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ ରଖିବା ସହ ବ୍ୟାକରେ ସଂଚୟ ପରିମାଣ ୧୫ ଲକ୍ଷରୁ ୩୦ ଲକ୍ଷକୁ ବୃଦ୍ଧି କରାଯାଇଛି । ପିଏମ ଆବାସ ଯୋଜନା ପାଇଁ ୬୬ ପ୍ରତିଶତ ବୃଦ୍ଧି ହୋଇ ୭୯ ହଜାର କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଇଛି । ପିଏମପିବିଟିଜି ବିକାଶ ମିଶନ ଆରମ୍ଭ କରି ଜନଜାତିଙ୍କ ବିକାଶ ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ ଥିବା ସ୍ପଷ୍ଟ ହୋଇଛି । କିଶୋରଙ୍କ ପାଇଁ ରାଷ୍ଟ୍ରୀୟ ଡିଜିଟାଲ ପୁସ୍ତକାଳୟ ସ୍ଥାପିତ କରିବା, ଆସନ୍ତା ୩ ବବର୍ଷରେ ୭୪୦ ଏକଲବ୍ୟ ବିଦ୍ୟାଳୟ ପାଇଁ ୩୮,୮୦୦ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦେବାର ନିଷ୍ପତି ନିହାତି ସ୍ୱାଗତଯୋଗ୍ୟ ।
କୃଷି ଋଣ ଲକ୍ଷ୍ୟକୁ ୨୦ ଲକ୍ଷ କୋଟିକୁ ବୃଦ୍ଧି କରିବାର ନିଷ୍ପତିକୁ ହୃଦୟର ସହ ସ୍ୱାଗତ କରୁଛି । କ୍ଷୁଦ୍ର ଓ ଛୋଟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମତ୍ସ୍ୟ ସଂପଦ ଯୋଜନାରେ ୬ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି । ଶ୍ରୀ ଅନ୍ନ ଯୋଜନାରେ ମିଲେଟ ଖାଦ୍ୟଶସ୍ୟକୁ ଭାରତକୁ ବିଶ୍ୱର ଏକ ନମ୍ବର ଭାବେ ପ୍ରତିଷ୍ଠିତ କରିବା ପାଇଁ ମୋଦି ସରକାରରଙ୍କ କଟିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ । ପିଏମପିବିଟିଜି ବିକାଶ ମିଶନ ଆରମ୍ଭ କରି ଜନଜାତିଙ୍କ ବିକାଶ ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ ଥିବା ସ୍ପଷ୍ଟ ହୋଇଛି । ଶିଶୁ ଓ କିଶୋରଙ୍କ ପାଇଁ ରାଷ୍ଟ୍ରୀୟ ଡିଜିଟାଲ ପୁସ୍ତକାଳୟ ସ୍ଥାପିତ କରିବା, ଆସନ୍ତା ୩ ବବର୍ଷରେ ୭୪୦ ଏକଲବ୍ୟ ବିଦ୍ୟାଳୟ ପାଇଁ ୩୮,୮୦୦ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦେବାର ନିଷ୍ପତି ନିହାତି ସ୍ୱାଗତଯୋଗ୍ୟ ।
କୃଷି ଋଣ ଲକ୍ଷ୍ୟକୁ ୨୦ ଲକ୍ଷ କୋଟିକୁ ବୃଦ୍ଧି କରିବାର ନିଷ୍ପତିକୁ ହୃଦୟର ସହ ସ୍ୱାଗତ କରୁଛି । କ୍ଷୁଦ୍ର ଓ ଛୋଟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମତ୍ସ୍ୟ ସଂପଦ ଯୋଜନାରେ ୬ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି । ଏହି ବଜେଟରେ ରେଳ ବିଭାଗକୁ ସର୍ବକାଳୀନ ସର୍ବାଧିକ ୨ ଲକ୍ଷ ୪୦ ହଜାର କୋଟି ଟଙ୍କା ମିଳିଛି । ରାଜ୍ୟକୁ ମିଳୁଥିବା ସୁଧମୁକ୍ତ ଋଣ ଅବଧିକୁ ଆଉ ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି । ଦେଶର ସମସ୍ତ ୧୫୭ଟି ମେଡିକାଲ କଲେଜରେ ୧୫୭ଟି ନର୍ସିଂ କଲେଜ ଖୋଲାଯିବାର ନିଷ୍ପତି; କ୍ଷେତ୍ରୀୟ ଗମନାଗମନକୁ ସୁଦୃଢ କରିବା ପରିପ୍ରେକ୍ଷୀରେ ନୂତନ ୫୦ ଟି ବିମାନ ବନ୍ଦରର ସ୍ଥାପନା, ଏମଏସଏମଇକୁ ପ୍ରାଧାନ୍ୟ ଦିଆଯାଇ ଅତିରିକ୍ତ ୯ ହଜାର କୋଟି ଟଙ୍କାର କ୍ରେଡିଟ ଗ୍ୟାରେଂଟି ପ୍ରଦାନ ଆଦି ଭଲି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି । ମୋଦିଜୀ ଦେଶକୁ ଆଗକୁ ନେବା ପାଇଁ ସର୍ବଦା ଚେଷ୍ଟା କରିଛନ୍ତି ବୋଲି ଶ୍ରୀ ମୁଣ୍ଡା କହିଛନ୍ତି ।
ଓଡ଼ିଶାର କେତେକ ବର୍ଗଙ୍କୁ ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ କରିବା ଏହା ଏକ ରାଜନୈତିକ ବୟାନବାଜି ବିଷୟ ନୁହେଁ ବରଂ ଏହା ସମ୍ପୂର୍ଣ୍ଣଭାବେ ସାମ୍ବିଧାନିକ ବିଷୟ । ଏଥିପାଇଁ ସମ୍ବିଧାନ ଅନୁସାରେ କିଛି ପ୍ରଣାଳୀ ନିର୍ଦ୍ଧାରିତ କରାଯାଇଛି । ନିର୍ଦ୍ଧାରିତ ପ୍ରଣାଳୀକୁ ପୂରା କରିବା ସହିତ ସାମ୍ବିଧାନିକ ତର୍ଜମା ପରେ ଅନୁସୂଚିତ ଜାତି ବା ଜନଜାତିରେ ଅନ୍ତର୍ଭୁକ୍ତ କରାଯାଇଥାଏ । ସାମ୍ବିଧାନିକ ପ୍ରଣାଳୀକୁ ଅନୁସରଣ ନକରି ରାଜ୍ୟ ସରକାର କେବଳ ଚିଠି ଦେଇ ରାଜନୈତିକ ଅଭିଯୋଗ ଉଠାଉଛନ୍ତି । ରାଜ୍ୟ ସରକାର ଯେଉଁ ୧୨୦ଟି କମ୍ୟୁନିଟ୍ର କଥା କହୁଛନ୍ତି ତନ୍ମଧ୍ୟରୁ ନଗଦରେ ବିନା ତଥ୍ୟ ପ୍ରମାଣ ସହ ୧୦ଟି କମ୍ୟୁନିଟ୍ ପାଇଁ ଚିଠି ଲେଖିଛନ୍ତି । ବାକି ୧୧୦ ମଧ୍ୟରୁ ୭୧ଟିର ଆଦୌ କୌଣସି ପ୍ରାମାଣିକ ତଥ୍ୟ ନାହିଁ । ସେହି ୭୧ ମଧ୍ୟରୁ ୩୮ଙ୍କର ଆଥୋନୋଗ୍ରାଫି ରିପୋର୍ଟ ନଥିବା କାରଣରୁ ବାରମ୍ବାର ପ୍ରତ୍ୟାଖ୍ୟାନ ହେଉଛି । ରାଜ୍ୟ ସରକାର ତାହାର ଆଥୋନୋଗ୍ରାଫି ରିପୋର୍ଟ ପ୍ରସ୍ତୁତ କରୁନାହାନ୍ତି ।
ବାକି ୩୩ରୁ ୨ଙ୍କର କିଛି ତଥ୍ୟ ନାହିଁ, ୫ଙ୍କର ଆଡିସନାଲ ତଥ୍ୟ ମଗାଯାଇଛି ଓ ୨୬ଙ୍କର ତର୍ଜମା ନିମନ୍ତେ ଆରଜିଆଇକୁ ପଠାଯାଇଛି । ଅନ୍ୟପକ୍ଷରେ ୧୩ଟିଙ୍କୁ ନିଆଯାଇଥିବାବେଳେ ଆଉ ୩୬ଙ୍କ ପାଇଁ ନିଷ୍ପତି ଶେଷ ପର୍ଯ୍ୟାୟରେ ପଂହଚିଛି । ଏପରିକି ପାଉଡି ଏବଂ ପାଉରି ଭୂୟାଁ ପିବିିଟିଜିରେ ଆସୁଥିବାବେଳେ ସେମାନେ ଆଜି ପର୍ଯ୍ୟନ୍ତ ଅନୁସୂଚିତ ଜନଜାତି ବର୍ଗରୁ ବଂଚିତ ଥିଲେ । ଏବେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଶ୍ରୀ ମୁଣ୍ଡା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ଉପସଭାପତି ସୁକେଶୀ ଓରାମ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ବରିଷ୍ଠ ନେତା ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।