ପୁରୀ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ୧୯ ତାରିଖ ସନ୍ଧ୍ୟାରେ ପୁଣି ଓଡ଼ିଶା ଆସିବେ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୯ ତାରିଖ ସନ୍ଧ୍ୟାରେ ନରେନ୍ଦ୍ର ମୋଦୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କ ସମୀକ୍ଷା ବୈଠକରେ ଯୋଗ ଦେବେ।

ସେ ଭୁବନେଶ୍ବରରେ ରାତ୍ରୀଯାପନ କରିବେ। ୨୦ ତାରିଖ ସକାଳ ୭ଟାରେ ପୁରୀରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ। ଏହାପରେ ପୁରୀରେ ରୋଡ ଶୋ’ କରିବେ, ଲୋକଙ୍କୁ ଭେଟିବେ ବୋଲି ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରକାଶ କରିଛନ୍ତି। ସେହିପରି ପୁରୀ ଜିଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀମାନେ, ନେତା ଓ କର୍ମୀମାନେ ଉପସ୍ଥିତ ରହିବେ।

ବଡ଼ଦାଣ୍ଡରେ ପ୍ରଥମ ଥର ପାଇଁ ରୋଡ ସୋ’ହେଉଥିବାରୁ ମୋଦୀଙ୍କ ଝଲକ ପାଇବାକୁ ସମର୍ଥକମାନେ ସୁଯୋଗ ପାଇପାରିବେ। ରୋଡ୍‌ ସୋ’ ଅବସରରେ ପ୍ରଧାନମନ୍ତ୍ରୀ କିଛି ବାଟ ଚାଲିଚାଲି ଲୋକଙ୍କ ସହ ହାତ ମିଳାଇବେ। ସକାଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।

Comments are closed.