ମହିଳାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ଲାଗି ସରକାର ଚିନ୍ତା କରୁଛନ୍ତି: ପୃଥ୍ବୀରାଜ ହରିଚନ୍ଦନ

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି। ମହିଳାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ଲାଗି ଫାଷ୍ଟ ଟ୍ରାକ୍ ମହିଳା କୋର୍ଟ ପ୍ରତିଷ୍ଠା ସଂପର୍କରେ ସରକାର ଚିନ୍ତା କରୁଛନ୍ତି। ଆଜି ରାଜଧାନୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ସୂଚନାଯୋଗ୍ୟ, ଧଉଳି ବୁଲିବାକୁ ଯାଇଥିବା‌ ଜଣେ ନାବାଳିକାଙ୍କୁ ଦୟା ନଦୀପଠାକୁ ଟେକି ନେଇ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ କେତେକ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିଲେ।

ମାଡ଼ ମାରି ତାଙ୍କଠାରୁ ସୁନାଚେନ୍ ଓ ଟଙ୍କା ଲୁଟିନେଇଥିଲେ। ଏହାସହିତ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ମାରି ଦରମରା କରି ଫିଙ୍ଗି ଦେଇଥିଲେ। ଘଟଣାର ୫ ଦିନ ପରେ ପୁଲିସ କଟକ ବାଙ୍କୀର ବିଭୁ ପ୍ରସାଦ ମିଶ୍ର(୩୨) ଓ କଟକ ଓଲଟ‌ପୁର ଅଞ୍ଚଳର କାଳନ୍ଦୀ ପାତ୍ର(୩୧)କୁ ଗିରଫ କରିଛି। କିନ୍ତୁ ଅନ୍ୟ ଅଭିଯୁକ୍ତମାନଙ୍କ ପାଖରେ ପୁଲିସ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଅଭିଯୋଗ ଅନୁସାରେ ନାବାଳିକାଜଣକ ଗତ ୧୦ ତାରିଖ ଦିନ ନିଜ ପୁରୁଷବନ୍ଧୁଙ୍କ ସହିତ ଧଉଳି ବୁଲିବାକୁ ଏକ ବାଇକ୍‌ରେ ଯାଇଥିଲେ।

Leave A Reply

Your email address will not be published.