ଆଇନ ହାତକୁ ନେଲେ ଦଣ୍ଡିତ ହେବେ: ଆଇନ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: କଙ୍ଗାରୁ କୋର୍ଟକୁ ନେଇ ଆଇନମନ୍ତ୍ରୀଙ୍କ ବଡ଼ ବୟାନ । ମନ୍ତ୍ରୀ କହିଛନ୍ତି, ଯୁବତୀଯୁବକଙ୍କୁ କଙ୍ଗାରୁ କୋର୍ଟକୁ ଟାଣିବା ଅତ୍ୟନ୍ତ ଅନୈତିକ କାମ। ଏହା ଏକ ଘୃଣ୍ୟ ପ୍ରଥା, ଆଇନ ହାତକୁ ନେଲେ ଦଣ୍ଡିତ ହେବେ। କଙ୍ଗାରୁ କୋର୍ଟରେ ନିର୍ଯାତନାକୁ ନେଇ ସରକାରଙ୍କ ସ୍ପଷ୍ଟ ଆଇନ ଅଛି। ଗାଁର କିଛି ପ୍ରଭାବଶାଳୀ ଲୋକ ଏଭଳି କାମ କରୁଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ, ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ସିକରପାଇ ପଞ୍ଚାୟତ କଞ୍ଜାମଯୋଡ଼ି ଗ୍ରାମରେ ସମ୍ପର୍କୀୟ ପିଉସୀ ଓ ପୁତୁରାଙ୍କ ପ୍ରେମସମ୍ପର୍କକୁ ନେଇ ଗାଁ ଲୋକେ ବୈଠକ କରିଥିଲେ। ପରେ ପ୍ରେମୀଯୁଗଳଙ୍କୁ ଚାଷଜମିରେ ହଳ କରାଇ ଦଣ୍ଡିତ କରିଥିଲେ। ଏହି ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

Leave A Reply

Your email address will not be published.