ଏବେ ଦରକାର ନାହିଁ ମେଟ୍ରୋ: ପୂର୍ତ୍ତମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ମେଟ୍ରୋ କରିକି ପ୍ରତିବର୍ଷ ଦୁଇ ହଜାର କୋଟି ଖର୍ଚ୍ଚା କରିବା ପାଇଁ ବର୍ତ୍ତମାନ ସମୟରେ କୌଣସି ଆବଶ୍ୟକତା ହିଁ ନାହିଁ । ସରକାର ଗମ୍ଭୀର ଅଛନ୍ତି । ଆଗାମୀ ଦିନରେ ମେଟ୍ରୋ ପ୍ରକଳ୍ପ ନିଶ୍ଚିତ ହେବ । ମୋବିଲିଟି ପ୍ଲାନ ହେଲା ପରେ ମେଟ୍ରୋକୁ ନେଇ ସରକାର ଚିନ୍ତା କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁଠି ଯେଉଁଠି ମେଟ୍ରୋ ହୋଇଛି । ସେଠାରେ କେନ୍ଦ୍ର ସରକାରଙ୍କ ସହଭାଗିତାରେ ହୋଇଛି । ଗତ ସରକାର ସମୟରେ ମେଟ୍ରୋ ପାଇଁ ଯେତେବେଳେ ବ୍ୟବସ୍ଥା କଲେ, ସେତେବେଳେ ଜାଣିଶୁଣି କେନ୍ଦ୍ର ସରକାରଙ୍କ ସହଭାଗିଥା ନ ନେଇକି ଷ୍ଟେଟ୍ ପ୍ଲାନ୍ରୁ କରିବ ବୋଲି କହିଥିଲେ । ମେଟ୍ରୋର ଯେଉଁ ଆଲାଇଜମେଣ୍ଟ ତିଆରି ହୋଇଥିଲା । ତାହାର ଥିଲା ନଟ୍ ଫିଟ୍ । ଯେଉଁ କମ୍ପାନୀ ନିର୍ମାଣ ହୋଇଛି, ତାହା ମୋବିଲିଟି ପ୍ଲାନ କରୁଛି । ଆଜିର ତାରିଖରେ ମେଟ୍ରୋ ଆମ ପାଇଁ ଏକ ଲସ୍ ମେକିଂ ପ୍ରକଳ୍ପ ହୋଇପାରେ ।

Leave A Reply

Your email address will not be published.