ଶ୍ରୀମନ୍ଦିର ଉପରେ ୧୦ଥର ଉଡ଼ିଛି ଡ୍ରୋନ୍‌: ପୃଥ୍ବୀରାଜ ହରିଚନ୍ଦନ

0

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ୧୦ ଥର ଉଡ଼ିଛି ଡ୍ରୋନ୍‌।ଗୃହରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର। ୨୦୨୪ ଜୁନ୍‌ରୁ ଏଯାବତ୍ ଡ୍ରୋନ୍‌ ଉଡ଼ିବାର ୧୦ଟି ମାମଲା ରୁଜୁ ହୋଇଛି। ୨ଟି ମାମଲାର ଫାଇନାଲ ଫର୍ମ ପ୍ରଦାନ ହୋଇଛି, ୮ଟିର ତଦନ୍ତ ଜାରି। ଶ୍ରୀମନ୍ଦିର ଭିତରକୁ ୭୦୦ ଜଣ ବ୍ୟକ୍ତି ଫୋନ୍‌ ନେଇ ପ୍ରବେଶ କରିଛନ୍ତି।ଏନେଇ ୯ଟି ମାମଲା ରୁଜୁ ସହ ୭ଟିର ଫଇସଲା ହୋଇଛି ଓ ୨ଟିର ତଦନ୍ତ।

ଶ୍ରୀମନ୍ଦିର ଭିତରେ ବା ପରିସରରେ ବେଆଇନଭାବେ ଫଟୋ/ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପ୍ରସାରଣ ନେଇ ସିଂହଦ୍ୱାର ଥାନାରେ ୮ଟି ମାମଲା ରୁଜୁ କରାଯାଇଛି ଓ ସେଥ୍ ମଧ୍ୟରୁ ୫ ଗୋଟି ମାମଲାର ତଦନ୍ତ ସରିଛି ଓ ୩ ଗୋଟି ମାମଲାର ତଦନ୍ତ ଚାଲିଥିବା ନେଇ ଲିଖିତ ଭାବେ ଜଣାଇଛନ୍ତି ଆଇନ ମନ୍ତ୍ରୀ।

Leave A Reply

Your email address will not be published.