କାଲିଠାରୁ ଗଡ଼ିବ ସବୁ ଘରୋଇ ବସ

0

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା।ଡ୍ରାଇଭର୍ ମହାସଂଘର ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ବସ୍ ଚଳାଚଳ। ଘରୋଇ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ପାଇଁ ବଡ଼ ଖବର ଆସିଛି। ଘରୋଇ ବସ୍‌ରେ ଯାତ୍ରା କରିବା ପାଇଁ ଆଉ ସେମାନେ ହଇରାଣ ହେବେ ନାହିଁ। ଅର୍ଥାତ ଆସନ୍ତାକାଲି (ଶନିବାର) ଠାରୁ ଯାତ୍ରୀବାହୀ ଘରୋଇ ବସ୍‌ ଚଳାଚଳ କରିବ। ଘରୋଇ ବସ୍‌ଗୁଡ଼ିକ ପୂର୍ବ ଭଳି ପୁଣି ସ୍ବାଭାବିକ ଢଙ୍ଗରେ ଚାଲିବ। ଘରୋଇ ବସ୍‌ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପୁରୀରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ ବସ୍‌ ଚାଳଚଳ କରୁଛି। ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବସ୍‌ ଯାତ୍ରୀମାନଙ୍କର ଚାହିଦା ପୂରଣ କରିପାରେ ନାହିଁ। ଏହି କାରଣରୁ ଯାତ୍ରୀମାନେ ଘରୋଇ ବସ୍‌ ଉପରେ ନିର୍ଭରଶୀଳ। ଅପରପକ୍ଷେ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୩୧୪ଟି ବ୍ଲକକୁ ପ୍ରାୟ ୧୭,୦୦୦ରୁ ଊର୍ଦ୍ଧ୍ବ ଘରୋଇ ବସ୍‌ ଦୈନିକ ଚଳାଚଳ କରିଥାଏ।

Leave A Reply

Your email address will not be published.