ୱାୟନାଡରୁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଥମ ଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏଥିନିମନ୍ତେ ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୱାୟନାଡ ଲୋକସଭା ସିଟ୍‌ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ଦାଖଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା । ସେଠାରୁ ଲୋକସଭା ନିର୍ବାଚନରେ ​​ଜିତିଥିବା ରାହୁଲ ଗାନ୍ଧୀ ସେହି ଆସନକୁ ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ୱାୟାନାଡ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଜରୁରୀ ହୋଇପଡ଼ିଥିଲା।

ପ୍ରିୟଙ୍କା ଗାନ୍ଧୀ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ସହ ଆଜି ୱାୟାନାଡ ଉପ-ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ ଏକ ରୋଡ୍ ସୋ କରିବେ। ନାମାଙ୍କନପତ୍ର ଦାଖଲ ସମୟରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖର୍ଗେ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ। ଆଜି ପ୍ରିୟଙ୍କାଙ୍କ ନାମାଙ୍କନ ଦାଖଲ ବେଳେ ମା’ ସୋନିଆ ଗାନ୍ଧି, ଭାଇ ରାହୁଲ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ସମେତ ଦଳର ବହୁ ଆଗ ଧାଡ଼ିର ନେତା ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ ପରେ ପ୍ରିୟଙ୍କା ଓ ରାହୁଲ ଆଜି କଲ୍ଲେପଟ୍ଟା ନ୍ୟୁ ବସ୍‌ ଷ୍ଟାଣ୍ଡ ନିକଟରୁ ଏକ ରୋଡ ଶୋ’ କରିବେ ବୋଲି ଜଣାଯାଇଛି।

ପ୍ରିୟଙ୍କା ପ୍ରଥମ ଥର ରାଜନୀତି ମଇଦାନକୁ ଓହ୍ଲାଉଥିବା ବେଳେ ତାଙ୍କ ନିକଟରେ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ କିନ୍ତୁ ଦେଖିବାକୁ ମିଳି ନ ଥିଲା। କିନ୍ତୁ ପତ୍ନୀଙ୍କ ଏହି ନୂଆ କାମ ପାଇଁ ରବର୍ଟ ଭଦ୍ରା ସୋଶାଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂଆ ଯାତ୍ରା ପାଇଁ ଶୁଭକାମନା ତୁମକୁ ସମର୍ଥନ କରିବାକୁ ମୁଁ ସବୁବେଳେ ତୁମ ସହ ରହିଛି। ଭଗବାନ ତୁମକୁ ସହାୟ ହୁଅନ୍ତୁ। ଦେଶବାସୀ ସଂସଦରେ ତୁମ ଆଗମନ ପାଇଁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ରୋବର୍ଟ ଭଦ୍ରା।

 

Leave A Reply

Your email address will not be published.