ଇଡି ଚାର୍ଜସିଟିରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି)ର ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି। ଇଡି ଚାର୍ଜସିଟରେ ରୋବର୍ଟ ଭଦ୍ରାଙ୍କ ସହ ପ୍ରିୟଙ୍କା ଗାନ୍ଧୀଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ତେବେ ତାଙ୍କୁ ଅଭିଯୁକ୍ତ କରାଯାଇ ନାହିଁ।

ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପ୍ରଥମ ଥର ପାଇଁ ଇଡି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି। ସିସି ଥାମ୍ପି ଏବଂ ସୁମିତ ଚାଧାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ଉଲ୍ଲେଖ କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ରବର୍ଟ ଭଦ୍ରା ଏବଂ ଥାମ୍ପୀଙ୍କ ବ୍ୟତୀତ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଫରିଦାବାଦରେ ଜମି କିଣିଛନ୍ତି। ସଞ୍ଜୟ ଭଣ୍ଡାରୀ ନିକଟସ୍ଥ ଥାମ୍ପି ଏବଂ ଭଦ୍ରା ମଧ୍ୟରେ ଆର୍ଥିକ ସଂଯୋଗର ଯାଞ୍ଚ ବେଳେ ଏହା ପ୍ରକାଶ ପାଇଛି। ତେବେ ଇଡିର ଏହି ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀ ଏବଂ ରୋବର୍ଟ ଭଦ୍ରାଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇ ନାହିଁ।

2006 ମସିହାରେ ଦିଲ୍ଲୀର ଏକ ରିଏଲ୍ ଇଷ୍ଟେଟ୍ ଏଜେଣ୍ଟ୍ ଏଚ୍ ଏଲ୍ ପାହ୍ବାଙ୍କ ଠାରୁ ହରିୟାଣାର ଫରିଦାବାଦରେ 5 ଏକର ପରିମିତ ଜମି କିଣିବାରେ ପ୍ରିୟଙ୍କାଙ୍କ ଭୂମିକା ରହିଛି । ସେହି ସମାନ ଏଜେଣ୍ଟଙ୍କ ଠାରୁ ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ 2005-2006 ମସିହା ମଧ୍ୟରେ ଆମିପୁର ଗ୍ରାମରୁ 40.08 ଏକର ବିଶିଷ୍ଟ ତିନୋଟି ଜମି କ୍ରୟ କରିଥିଲେ । 2010 ମସିହା ଡିସେମ୍ବର ମାସରେ ପ୍ରିୟଙ୍କା ଓ ତାଙ୍କ ସ୍ବାମୀ କ୍ରୟ କରିଥିବା ଜମିକୁ ବିକ୍ରି କରାଯାଇଥିଲା । ଜମି ବିକ୍ରି କରିଥିବା ସମାନ ଏଜେଣ୍ଟ ଏନଆରଆଇ ବ୍ୟବସାୟୀ ସିସି ଥାମ୍ପିଙ୍କୁ ମଧ୍ୟ ଜମି ବିକ୍ରି କରିଥିଲେ । ପ୍ରିୟଙ୍କା ଏହି ମନି ଲଣ୍ଡରିଂ ମାମଲାରେ ସଞ୍ଜୟ ଭଣ୍ଡାରୀର ନାମ ମଧ୍ୟ ଜଡିତ ରହିଛି ।

Leave A Reply

Your email address will not be published.