ତୀବ୍ର ଆନ୍ଦୋଳନ ପାଇଁ ଘୋଷଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପଦ୍ମପୁର ଜିଲ୍ଲା ଗଠନ ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ମୟୁରଭଞ୍ଜ ଜିଲ୍ଲାର ଅବହେଳିତ ତଥା ସ୍ବାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ରେଳ ଡବା ଦେଖିବାକୁ ବଞ୍ଚିତ ପଞ୍ଚାପୀଢ଼ ଉପଖଣ୍ଡର ୫ ଟି ବ୍ଲକ ଓ ଗୋଟିଏ ଏନଏସିକୁ ନେଇ ପାଂଚପୀଢ ଜିଲ୍ଲା ଗଠନ ପାଇଁ ଓକିଲ ସଂଘ ଓ ସାମ୍ବାଦିକ ସଂଘ ପକ୍ଷରୁ ଦାବି ଯୋର ଧରୁଥିବା ପରିଲକ୍ଷିତ ହେଉଛି । ।

କରଞ୍ଜିଆ, ଠାକୁରମୁଣ୍ଡା, ଶୁକୃଳି, ରରୁଆଁ ଓ ଯଶିପୁର ବ୍ଲକର ଉପାନ୍ତ ଅଞ୍ଚଳର ଜନସାଧାରଣ ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ନିଜର ବିଭିନ୍ନ କାର୍ଯ୍ୟରେ ବାରମ୍ବାର ଦୌଡ଼ି ନୟାନ୍ତ ହୋଇପଡୁଥିବା ଯୋଗୁଁ ପାଞ୍ଚପୀଢ ଜିଲ୍ଲା ଗଠନ ହେଲେ ପ୍ରଶାସନ ଜନସାଧାରଣଙ୍କ ନିକଟତର ହୋଇପାରିବ ବୋଲି ଓକିଲ ସଂଘ ଯୁକ୍ତି ବାଢିଥିଲେ ।ମଙ୍ଗଳବାର ଦିନ ଓକିଲ ସଂଘର ସମ୍ମିଳନୀ କକ୍ଷରେ ଓକିଲମାନଙ୍କ ନିଷ୍ପତ୍ତି ପରେ ଆଜି ସାମ୍ବାଦିକ ସମ୍ମିଳନୀ ହୋଇଥିଲା |ଏହି ସମ୍ମିଳନୀ ଜରିଆରେ ପାଞ୍ଚପୀଢ ଉପଖଣ୍ଡ କୁ ଜିଲ୍ଲା ଗଠନ ଦାବି ନେଇ ସାମ୍ବାଦିକଙ୍କ ସହଯୋଗ ଲୋଡିଥିଲେ ଯାହାକୁ ସାମ୍ୱାଦିକ ମାନେ ସମର୍ଥନ କରିଥିବା ଜଣାଯାଇଛି ।

ବୈଠକରେ ସାମ୍ବାଦିକଙ୍କ ମଧ୍ୟରେ ଭଗବତ ଚନ୍ଦ୍ର ଦାସ, ପାର୍ଥ ପ୍ରଶନ୍ନ ମିଶ୍ର,ଜିତେନ୍ଦ୍ର ରାଜ, ବି ଦିବ୍ୟେନ୍ଦୂ ଶେଖର, କର୍ନାର୍ଯୁନ ସାହା, ସୁମନ୍ତ ପାତ୍ର,, ଉମାଶଙ୍କର ଦାସ,ଅରୁଣ ବେହେରା, ଦୀନେଶ ଦାସ ବିନ୍ଦୁସାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ୧୯୭୪ ମସିହାରେ ରାଜ୍ୟର ଜିଲ୍ଲା ପୁନର୍ଗଠନ କମିଶନଙ୍କ ତଥ୍ୟକୁ ଭିତ୍ତି କରି ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୩ ଗୋଟି ଜିଲ୍ଲାକୁ ୩୦ ଜିଲ୍ଲାରେ ପରିଣତ କରିଥିଲେ । ଜିଲ୍ଲା ପୁନର୍ଗଠନ ସମୟରେ ମୟୁରଭଂଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ବାଦ ପଡିଥିଲା । ବର୍ତମାନ ସ୍ଥିତି ରେ ମୟୂରଭଂଜ ଜିଲ୍ଲା ର ବିଶେଷ ଭାବେ ପାଂଚପିଢ ଉପଖଣ୍ଡ ବାସି ବିଭିନ୍ନ କାର୍ଯ୍ୟ ପାଇଁ ବାରିପଦା ଅଥବା ରାଇରଙ୍ଗପୁର ଉପରେ ନିର୍ଭରଶୀଳ ।

ଫଳରେ ଉପଖଣ୍ଡରେ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଦର୍ଶାଇ ଜିଲ୍ଲା ଗଠନ ଦାବି ଯୋର ଧରିଛି । ଓକିଲ ସଂଘ ପକ୍ଷରୁ ଅଗାମିଦିନରେ ଦାବି ପୂରଣ ପାଇଁ ଆବଶ୍ୟକ ହେଲେ ଜାତୀୟ ରାଜପଥ ଅବରୋଧ, ସରକାରୀ କାର୍ଯ୍ୟାଳୟକୁ ସିଲ କରାଯିବା ସହ ଅର୍ଥନୈତିକ ଅବରୋଧ ପାଇଁ ମିଳିତ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ଉପଖଣ୍ଡର ସାମ୍ବାଦିକ ସଂଘ, ସ୍ବେଛାସେବୀ ଅନୁଷ୍ଠାନ, ଛାତ୍ର ସଂଘ, ଆଦିବାସୀ ସଂଗଠନ, ମହିଳା ସଂଗଠନ ପ୍ରଭୁତିଙ୍କୁ ନେଇ ଦାବି ପୂରଣ ହେବା ପର୍ଯ୍ୟନ୍ତ ତୀବ୍ର ଆନ୍ଦୋଳନ ପାଇଁ ଘୋଷଣା କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.