ଆଇ.ଆଇ.ଟି ଭୁବନେଶ୍ୱରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କଲେ ପ୍ରଫେସର ଶ୍ରୀପଦ କରମଲକର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଇ.ଆଇ.ଟି ମାଡ୍ରାସ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଶ୍ରୀପଦ କରମଲକର ଆଜି ଆଇ.ଆଇ.ଟି ଭୁବନେଶ୍ୱରର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ଆଇ.ଆଇ.ଟି ଖଡ଼ଗପୁର ଓ ଗତ ଅପ୍ରେଲ ମାସରୁ ଆଇ.ଆଇ.ଟି ଭୁବନେଶ୍ୱରର ଅତିରିକ୍ତ ଦାୟିତ୍ୱରେ ଥିବା ପ୍ରଫେସର୍ ଭି କେ ତିୱାରୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ନୂତନ ନିର୍ଦ୍ଦେଶକ ପ୍ରଫେସର୍ କରମଲକର ୧୯୮୩ଏବଂ ୧୯୮୯ରେ ଯଥାକ୍ରମେ ଇଣ୍ଡିଆନ ଇନିଷ୍ଟିଚୁଟ୍ ଅଫ ଟେକ୍ନୋଲୋଜୀ ମାଡ୍ରାସ (ଆଇ ଆଇ ଟି ଏମ)ରୁ ବିଟେକ୍ ଏବଂ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ପି.ଏଚ.ଡି ଡିଗ୍ରୀ ହାସଲ କରିଥିଲେ । ତାଙ୍କର ଆଗ୍ରହର କ୍ଷେତ୍ର ହେଉଛି ସେମି କଣ୍ଡକ୍ଟର ଉପକରଣ ଏବଂ ଶିକ୍ଷା । ଆଇ.ଆଇ.ଟି ଭୁବନେଶ୍ୱରରେ ଯୋଗଦେବା ପୂର୍ବରୁ ସେ ଆଇ.ଆଇ.ଟି ମାଡ୍ରାସର ଏଯୁକେଶନାଲ ଟେକନୋଲଜୀ ସେଲର ମୁଖ୍ୟ ଥିଲେ । ଶ୍ରୀ କରମଲକର ଆଜି ଆଇ.ଆଇ.ଟି ଭୁବନେଶ୍ୱରର ଡିନ, ଅଧ୍ୟାପକ ଓ ରେଜିଷ୍ଟ୍ରାର ପ୍ରମୁଖଙ୍କ ଉପସ୍ଥିତିରେ ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.