କୁନି ବୟସରେ ବିଶ୍ବସ୍ତରୀୟ ପ୍ରତିଭାର ଅଧିକାରୀ କ୍ରିତିକ୍ରିଷ୍ଣା ପଣ୍ଡା, ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ କଲେ ଉଚ୍ଚ ପ୍ରଶଂସା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭଦ୍ରକ ଜ଼ିଲ୍ଲା ଧାମନଗର ବ୍ଲକ ଅଧିନ କଟସାହି ପଂଚାୟତର ବଉଳନାଳି ଶାସନର ଚିତ୍ରଶିଳ୍ପୀ କ୍ରିତିକ୍ରିଷ୍ଣା ପଣ୍ଡାଙ୍କୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚିତ୍ର କଳାରେ ସଫଳତା ପାଇଁ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ଉଚ୍ଚ ପ୍ରଶଂସା କରିଥିଲେ। ଏହା ସହିତ ଇଣ୍ଡିଆନ ବୁକ ଅଫ ରେକର୍ଡ, ୱାର୍ଲଡ ଜିନିଅସ ରେକର୍ଡ,ଇଣ୍ଡିଆନ ଆଇକନ ଆୱାର୍ଡ ପାଇଥିବାରୁ ଅଭିନନ୍ଦନ ଜଣାଇଥିଲେ। ଆଗକୁ ମଧ୍ୟ ଦେଶ ପାଇଁ କଳା କ୍ଷେତ୍ରରେ ଗୌରବ ଆଣିବା ପାଇଁ ଉତ୍ସାହିତ କରିଥିଲେ। ଏଥିସହ କ୍ରିତିକ୍ରିଷ୍ଣାଙ୍କ ସାନ ଭଉଣୀ ରୀତିକ୍ରୀଷ୍ଣା ସଂଗୀତ ଶିଳ୍ପୀ ଜାଣି ଆନନ୍ଦରେ କୋଳାଗ୍ରତ କରିଥିଲେ। ଏହିଅବସରରେ ମାନ୍ୟବର ରାଜ୍ୟପାଳ କ୍ରିତିକ୍ରିଷ୍ଣା ଙ୍କୁ ଉପହାର ଦେଇ ଶୁଭେଚ୍ଛା ଜଣାଇଥିଲେ। କ୍ରିତିକ୍ରିଷ୍ଣା ମଧ୍ୟ ତାଙ୍କର ଗଣେଶ ଓ ବୁଦ୍ଧ ଙ୍କ କଳା କୃତିକୁ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ।
ମାନ୍ୟବର ରାଜ୍ୟପାଳ ଚିତ୍ରକୁ ଦେଖି ଭୁଇଅସି ପ୍ରଶଂସା କରିବା ସହ ସାଦରେ ନେଇ ନିଜ ପ୍ରକୋଷ୍ଠରେ ରଖି କ୍ରିତି ଓ ରୀତିଙ୍କୁ ଆଶୀର୍ବାଦ କରିଥିଲେ, ଓ କହିଥିଲେ ତୁମେ ଭରତ ମାର ଗର୍ବ ଆଉ ଗୌରବ। ଦେଶ ମାଟି ପାଇଁ ବଳିଦାନ ଦେଇଥିବା ମାଟିର ଉତ୍ତମ ଦାୟାଦ। କ୍ରିତିଙ୍କ ଏହି ଗସ୍ତ ସମୟରେ ତାଙ୍କର ବାପା ଆଇନୀଜୀବି ସ୍ନେହାଶିଷ ପଣ୍ଡା ଓ ସାନ ଭଉଣୀ ସଂଗୀତ ଶିଳ୍ପୀ ରୀତିକ୍ରୀଷ୍ଣା ପଣ୍ଡା ଯାଇଥିଲେ।