ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ସମୃଦ୍ଧ, ସଶକ୍ତ ଓ ନୂତନ ଓଡ଼ିଶା ଗଠନର ନୂତନ ସ୍ଥପତି ତଥା ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ନୂଆ ଦାୟିତ୍ଵ ଗ୍ରହଣ ପରେ ଆଜି ଭୋରୁ ପୁରୀରେ ପ୍ରଥମ ସମୀକ୍ଷା କରିଛନ୍ତି। ଆଜି ବଡିଭୋରୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଭି.କେ.ପାଣ୍ଡିଆନ। ପରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ, ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଦ୍ଵାର ପଟେ ଚାଲିଥିବା ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ ।

ତେବେ ଶ୍ରୀମନ୍ଦିର ଚାରିଦ୍ବାର ସମ୍ମୁଖ ଭାଗରେ ନିର୍ମାଣ କାର୍ଯ୍ୟ ଏବେ ବି ଜାରି ରହିଥିବା ବେଳେ ଟଏଲେଟ୍ ଓ କ୍ଲକ୍ ରୁମ୍ ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ସରିନାହିଁ । ତେଣୁ ତୁରନ୍ତ ସମସ୍ତ କାର୍ଯ୍ୟ ସାରିବା ପାଇଁ ଟାଟା, ଓବିସିସି ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡ଼ିସେମ୍ବର 15 ତାରିଖ ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଥିଲେ ପାଣ୍ଡିଆନ ।ନୂଆବର୍ଷରେ ଭକ୍ତ ମାନେ ଯେଭଳି ଏକ ନୂଆ ଅନୁଭୂତି ପାଇବେ ସେ ନେଇ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ କରିବାକୁ 5ଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘୋଷଣା କରିଥିଲେ । ଏହି ପ୍ରକଳ୍ପ ଅଧିନରେ ଭକ୍ତଙ୍କ ସୁବିଧା ପାଇଁ ଟଏଲେଟ, ଲଗେଜ ରଖିବା ପାଇଁ କ୍ଲକ୍ ରୁମ୍, ଏଟିଏମ୍, ପୋଲିସ ସହାୟତା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ କରାଯାଉଛି ।

ଗତ ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ୩୩୧ କୋଟି ୨୮ ଲକ୍ଷ ଟଙ୍କା ଏହି ପ୍ରକଳ୍ପ ପାଇଁ ସରକାର ଆର୍ଥିକ ଅନୁଦାନ ଦେଇଛନ୍ତି ।ନୂଆବର୍ଷରେ ଭକ୍ତ ମାନେ ଯେଭଳି ଏକ ନୂଆ ଅନୁଭୂତି ପାଇବେ ସେ ନେଇ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ କରିବାକୁ 5ଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘୋଷଣା କରିଥିଲେ ।

Leave A Reply

Your email address will not be published.