ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ। ସ୍ଵର୍ଗତ କାନୁନଗୋ 3 ଥର ବିଧାୟକ ଭାବରେ ଓ ଥରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ବିଧାୟକ ଓ ସାଂସଦ ଭାବରେ କେବଳ ଗୋବିନ୍ଦପୁର ନୁହେଁ ସମଗ୍ର ଓଡ଼ିଶାର ଉନ୍ନତି ଓ ବିକାଶ ଦିଗରେ ସେ ସହାୟକ ହୋଇଛନ୍ତି। ସେ ରାଜନେତା କେବଳ ନୁହେଁ ଜଣେ ଅର୍ଥନୀତିଜ୍ଞ, ସମାଜସେବୀ ଓ ଭଲ ମଣିଷ ଭାବରେ ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଛନ୍ତି।
ବିଶିଷ୍ଟ ଜନନେତା ପୂର୍ବତନ ସାଂସଦ ,ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ,ସ୍ଵର୍ଗତ କାନୁନଗୋଙ୍କୁ ଜଣେ ବିଶିଷ୍ଟ ପାର୍ଲିଆମେଣ୍ଟାରିଆନ,ଅର୍ଥନୀତିଜ୍ଞ ତଥା ସମାଜସେବୀ ଭାବରେ ବର୍ଣ୍ଣନା କରିଛନ୍ତି. ସେ ଥିଲେ ସାଧାରଣ ଲୋକ ର ବନ୍ଧୁ .ଓ ସାରା ଜୀବନ ସମାଜସେବା ପାଇଁ ନିଜକୁ ସମର୍ପିତ କରିଥିଲେ।
ସାଂସଦ ,ବିଧାୟକ ,ଦ୍ୱିତୀୟ ରାଜ୍ୟ ଅର୍ଥ କମିଶନ ର ଅଧ୍ୟକ୍ଷ ତଥା କଟକ ମୁନିସିପାଲଟି ର ଚେୟାରମ୍ଯାନ ଭବରେ ସେ ଅନେକ ଉଲ୍ଲେଖନୀୟ କାମ କରିଯାଇଛନ୍ତି। ତାଙ୍କର ନିଃସ୍ବାର୍ଥପର ସେବା ପାଇଁ ସ୍ଵର୍ଗତ କାନୁନଗୋ ସବୁବେଳେ ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ଵର୍ଗତଃ କାନୁନଗୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ବିଶିଷ୍ଟ ରାଜନେତା ତ୍ରିଲୋଚନ କାନୁନଗୋଙ୍କ ମରଶରୀର ଆପୋଲୋ ହସ୍ପିଟାଲ ରୁ ସିଧା ବିଧାନସଭା ନିଆଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହା ପରେ ତାଙ୍କର ମରଶରୀରକୁ କଟକ ମୁନସିପାଲିଟି ଅଫିସ ନିଆଯାଉଛି। ସେ ସେଠାରେ ଚେୟାରମ୍ୟାନ ଥିଲେ। ପରେ ତାଙ୍କର ମରଶରୀରକୁ ଅଡଶପୁର କଲେଜ ନିଆଯିବ। ତା ପରେ ତାଙ୍କର ପୈତ୍ରୁକ ଗାଁ କୁ ମରଶରୀରକୁ ନିଆଯାଉ ଶେଷ ଦର୍ଶନ ପରେ ସ୍ବର୍ଗ ଦ୍ବାର ଠାରେ ଶେଷକ୍ରୁତ୍ୟ ସଂପନ୍ନ କରାଯିବ। ସ୍ୱର୍ଗତ କାନୁନଗୋ ଜଣେ ରାଜନେତା , ବିଶିଷ୍ଟ ଅର୍ଥନିତୀଜ୍ଞ , ସମାଜ ସେବୀ , ତଥା ଦରଦୀ ହୃଦୟ ର ମଣିଷ ଟିଏ ଥିଲେ । ତିନି ଥର ବିଧାୟକ ଭାବେ ଓ ଥରେ ଜଗତସିଂହପୁରରୁ ଲୋକସଭାକୁ ନିର୍ବାଚିତ ହୋଇ ଥିଲେ । ଉଭୟ ବିଧାନ ସଭା ଓ ଲୋକସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପସ୍ଥାପନ କରିଥିଲେ ।
ବରିଷ୍ଠ ନେତା, ପୂର୍ବତନ ସାଂସଦ, ବିଧାୟକ ତଥା କଟକ ମ୍ୟୁନିସିପାଲଟିର ପୂର୍ବତନ ନଗରପାଳ ଶ୍ରୀ ତ୍ରିଲୋଚନ କାନୁନ୍ଗୋଙ୍କ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଛି । ସ୍ୱର୍ଗତଃ କାନୁନ୍ଗୋଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ଓଡିଶା ଆଜି ଜଣେ ଦକ୍ଷ ଓ ପ୍ରଭାବୀ ରାଜନୀତିଜ୍ଞଙ୍କୁ ହରାଇଛି । ଜନସାଧାରଣଙ୍କ ପାଇଁ ସ୍ୱର୍ଗତଃ କାନୁନ୍ଗୋଙ୍କ ଜନକଲ୍ୟାଣ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇରହିବ । ଅର୍ଥନୀତିଜ୍ଞ ଭାବେ ମଧ୍ୟ ସ୍ୱର୍ଗତଃ କାନୁନ୍ଗୋଙ୍କ ବିଶେଷ ପରିଚୟ ଥିଲା । ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ସ୍ୱର୍ଗତଃ ତ୍ରିଲୋଚନ କାନୁନ୍ଗୋଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଗୋଟିଏ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କ ନିଷ୍ଠା, ଦକ୍ଷତା ଓ ବିଚକ୍ଷଣ ବୁଦ୍ଧି ନିଶ୍ଚିତ ଭାବେ ନୂତନ ପିଢୀକୁ ପ୍ରେରଣା ଯୋଗାଇବ ବୋଲି ଉଭୟ ଶ୍ରୀ ସାମଲ ଓ ଶ୍ରୀ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।