ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଚୋରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେତେ ବେଳେ ଚୋରମାନେ କାହା ଘର ଭିତରେ ପଶି ଚୋରି କରୁଛନ୍ତି ତ ଆଉ କେତେ ବେଳେ ମନ୍ଦିରରୁ ଚୋରି କରୁଛନ୍ତି।
ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମଇତାପୁର ପଞ୍ଚାୟତ ରାମବିନ୍ଧା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ମା’ବନଦୁର୍ଗା ମନ୍ଦିରରୁ ଚୋର ମାନେ ଚୋରି କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ରମାକାନ୍ତ ଓଝାଙ୍କ ମନ୍ଦିରର ମୁଖ୍ୟ ଫାଟକର ତାଲା ଭାଙ୍ଗି ଇନ୍ଭର୍ଟର ଓ ଦାନ ବାକ୍ସରେ ଥିବା ସମସ୍ତ ଟଙ୍କା ଚୋରି କରି ନେଇଥିବା ଜଣାଯାଇଛି।
ଏ ସମ୍ପର୍କରେ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।ଚୋରି ସାମଗ୍ରୀ ମଧ୍ୟରେ ଠାକୁରାଣୀଙ୍କ ଗହଣା ରହିଥିବା ସହ ଅନ୍ୟାନ୍ୟ ଦାମୀ ସାମଗ୍ରୀ ରହିଥିବା ସୂଚନା।ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାଯାଇଛି।