ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ପ୍ରକାଶନ ପ୍ରତିବାଦରେ ଏଆଇଡିଏସଓ ପକ୍ଷରୁ ପ୍ରତିବାଦ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ପ୍ରକାଶନରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ପାଇଥିବା ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଖାତାର ସଠିକ ମୂଲ୍ୟାୟନ କରି ଫଳ ପ୍ରକାଶନ କରିବା, ବୋର୍ଡର ପ୍ରଶ୍ନପତ୍ର ପ୍ରକାଶନ ଓ ସମ୍ପୂର୍ଣ୍ଣ ପରୀକ୍ଷା ପରିଚାଳନାରେ ଆଉଟ ସୋର୍ସିଙ୍ଗ ବନ୍ଦ କରିବା ତଥା ବୋର୍ଡ କର୍ତ୍ତୃପକ୍ଷ ନିଜର ଖାମଖିଆଲି ମନୋବୃତ୍ତିରୁ ନିବୃତ୍ତ ରହିବା ଦାବିରେ ଏଆଇଡିଏସଓ ପକ୍ଷରୁ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟା ସ୍ୱସ୍ତିସଙ୍ଗୀତା ଦଳାଇ, କୋଷାଧ୍ୟକ୍ଷ ସପ୍ତର୍ଷିନି ରାଉଳ ଏକ ପ୍ରତିନିଧି ମଣ୍ତଳୀରେ ଯାଇ ଭୁବନେଶ୍ୱର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟରେ ବୋର୍ଡ଼ ସଭାପତିଙ୍କ ଉଦ୍ଦେଶ୍ୟରେ ଡେପୁଟି ସେକ୍ରେଟାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ଧରି ରାଜ୍ୟରେ ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ବାରମ୍ବାର ତ୍ରୁଟି ପରିଲକ୍ଷିତ ହେଉଥିବା ବେଳେ ସରକାର ଓ କର୍ତ୍ତୃପକ୍ଷ ଚରମ ଅବହେଳା ପ୍ରଦର୍ଶନ କରି ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି। ଆଜି ଏଆଇଡିଏସଓ ପକ୍ଷରୁ ରାଜ୍ୟ ବ୍ୟାପୀ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରାଯାଇଥିବା ବେଳେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ସରକାରଙ୍କୁ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.