ବିଦ୍ୟୁତ କର୍ମଚାରୀ ସଂଘ ତରଫରୁ ଆନଦପୁର ଡିଭିଜନ ଅଫିସ୍ ସମ୍ମୁଖରେ ବିକ୍ଷୋଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜିଲ୍ଲା ବିଦ୍ୟୁତ କର୍ମଚାରୀ ସଂଘ ତରଫରୁ ଆନଦପୁର ଡିଭିଜନ ଅଫିସ୍ ସମ୍ମୁଖରେ ବିକ୍ଷୋଭ ସହ ନିର୍ବାହୀ ଯନ୍ତ୍ରୀଙ୍କୁ ଛ ଦଫା ଦାବିପତ୍ର ପ୍ରଦାନ | ଟାଟା ପୱାରର ମନମୁଖୀ କାର୍ଯ୍ୟ ଓ ବିନା କାରଣ ରେ କର୍ମଚାରୀଙ୍କ ଛଟେଇ କୁ ବିରୋଧ କରି ଆଜି କେନ୍ଦୁଝର ଜିଲ୍ଲା ବିଦ୍ୟୁତ କର୍ମଚାରୀ ସଂଘ ତରଫରୁ ଆନଦପୁର ଡିଭିଜନ ସମ୍ମୁଖରେ ନିର୍ବାହୀ ଯନ୍ତ୍ରୀ ଏବଂ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଛ ଦଫା ଦାବିପତ୍ର ପ୍ରଦାନ କରାଜାଇଛି ।

ଦାବି ଗୁଡିକ ଭିତରେ କର୍ମଚାରୀ ମାନଙ୍କୁ ବିନା କାରଣରେ ଛଟେଇ ଧମକ ଓ କର୍ମଚାରୀ ମାନଙ୍କୁ ଜଇନିଙ୍ଗି ଲେଟର ନଦେବା, ଆଠ ଘଣ୍ଟା ରୁ ଅଧିକ ସମୟ ବିନା ପାରିଶ୍ରମିକ ରେ ଖଟେଇବା, ଟ୍ରାଭେଲିଙ୍ଗ allowance ନଦେବା, କର୍ମଚାରୀ ଙ୍କ EPF, ESI ଆଦି ସଠିକ ସମୟରେ ଡିପୋଜିଟ ନ କରିବା ଉପରେ ସଂଘ ର ସାଧାରଣ ସମ୍ପାଦକ ରାଜେଶ କୁମାର ଦାଶ ଏବଂ ସଭାପତି ଦେଵପ୍ରିୟ ପାତ୍ର ପ୍ରମୁଖ ଆଲୋଚନା କରିଛନ୍ତି ।

ଏହାର ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ସଂଘ ଆହୁରି ଆନ୍ଦୋଳନକୁ ତିବ୍ର କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଜୀବ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.