ବିଦ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରେମ , ସଂପର୍କ ପରେ ପ୍ରତାରଣା । ଆଉ ଏହି ପ୍ରତାରଣାରେ ମୁଖ୍ୟ ସୁତ୍ରଧର ସାଜିଥିଲା ନଣନ୍ଦ । ଭାଉଜକୁ ଜୀବନରୁ ମାରି ରାସ୍ତାରୁ ହଟାଇବା ପାଇଁ ନିଜ ବାପାଙ୍କ ସହ ମିଶି ବେକରେ ଶାଢୀବାନ୍ଧି ମରଣାନ୍ତକ ଆକ୍ରମଣ ସମୟରେ ବୋହୁ ଦୀପାର ଆର୍ତ୍ତଚିତ୍କାର ଶୁଣି ପଡୋଶିମାନେ ବୋହୁକୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିବା ସହିତ ନିକଟସ୍ଥ ବାସୁଦେବପୁର ପୋଲିସକୁ ଖବର ଦେଇଥିଲେ ।

ଯାହାକୁ ନେଇ ବୋହୁ ଦୀପା ଥାନାରେ ଲିଖିତ ଅଭିଯୋଗରେ ଉଲ୍ଲେଖ କରିଥିଲା । ମାତ୍ର ପୋଲିସ ନଣନ୍ଦଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସହିତ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ବୋହୁ ଫେରିବା ପରେ ଶଶୁର ଘର ଲୋକେ ଘରେ ତାଲା ପକାଇ ଅନ୍ୟତ୍ର ରହିବା ପରେ ଶଶୁରଘର ସମ୍ମୁଖରେ ଧାରଣାରେ ବସିଥିଲା ବୋହୁ ଦୀପା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବୋହୁ ଦୀପାକୁ ନ୍ୟାୟ ଦେବା ଦାବୀରେ ଆଜି ଦୀପାର ନଣନ୍ଦ ଶିକ୍ଷୟତ୍ରୀ ଥିବା ବିଦ୍ୟାଳୟ ଫାଟକ ସମ୍ମୁଖରେ ଦୀପାକୁ ବସାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାକୁ ଦେଖି ପ୍ରଧାନଶିକ୍ଷୟତ୍ରୀ ଜଣକ ବିଦ୍ୟାଳୟ ପରିଚାଳନା କମିଟିକୁ ଜଣାଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ପ୍ରାୟ ସମସ୍ତ ସଦସ୍ୟ ବିଦ୍ୟାଳୟ ନିକଟରେ ଉପସ୍ଥିତ ହୋଇ ପୋଲିସକୁ ଖବର ଦେଇଥିଲେ ।

ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ôଚଥିଲା । ଏହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ପ୍ରଧାନ ଶିକ୍ଷୟତ୍ରୀଙ୍କ ଆଲୋଚନା ସମୟରେ, ଶିକ୍ଷୟତ୍ରୀ ନଣନ୍ଦ ଜଣକ ସେହି ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବରେ ରହିଲେ ବିଦ୍ୟାଳୟକୁ କୈାଣସି ଛାତ୍ରଛାତ୍ରୀ ଆସିବେ ନାହିଁ ବୋଲି ଅଭିଭାବକମାନେ ରୋକ ଠୋକ କହିଥିଲେ । ପରେ ପୋଲିସ ଓ ପରିଚାଳନା କମିଟିର ସଦସ୍ୟଙ୍କ ସହଯୋଗରେ ଶିକ୍ଷୟତ୍ରୀ ନଣନ୍ଦ ଜଣକ ଛୁଟିରେ ଯାଇଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଦିଆଯାଇପାରେ, ଇରମ ପଞ୍ଚାୟତ ବଇଞ୍ଚା ଗ୍ରାମର ଗଙ୍ଗାଧର ବେହେରାଙ୍କ ପୁଅ ଅକ୍ଷୟ ତିହିଡି ଥାନା ଅଧିନ ବୁଧୁପୁର ଗ୍ରାମର ସରୋଜ ବେହେରାଙ୍କ ଝିଅକୁ ଚାରିବର୍ଷ ତଳେ ପ୍ରେମ ବିବାହ କରିଥିଲା । ତାର ଗୋଟିଏ ୍ରୁତ୍ର ସନ୍ତାନ ଅଛି । ଜାତିପ୍ରଥା ଭେଦଭାବକୁ ନେଇ ନଣନ୍ଦର ପ୍ରରୋଚନାରେ ଦୀପାକୁ ଜୀବନରୁ ମାରିଦେବାକୁ ନେଇ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ବାସୁଦେବପୁର ଥାନା ରେ ମାମଲା ଋଜୁ ହୋଇଥିଲା ।

Leave A Reply

Your email address will not be published.