ଭାରତୀୟ ଜନତା ପାର୍ଟି ତରଫରୁ ରାଇରଙ୍ଗପୁରରେ ବିକ୍ଷୋଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭାରତୀୟ ଜନତା ପାର୍ଟି ତରଫରୁ ରାଇରଙ୍ଗପୁରରେ ବିକ୍ଷୋଭ ଓ କୁଶ ପୁତଳିକା ଦାହ |  ସୂଚନାଯୋଗ୍ୟ, ଧୀରଜ ସାହୁ ଜଣେ କଂଗ୍ରେସ ନେତା | ତାଙ୍କର ବିଭିନ୍ନ ସ୍ଥାନ ଖାନତଲାସ କରି କଳାଧନ ୫୦୦ କୋଟି ରୁ ଉର୍ଦ୍ଧ ଟଙ୍କା ଓ ସୁନାଗହଣା ଧରାପଡିଛି | ଏଥିରେ ବିଜୁ ଜନତା ଦଳର ନେତାମାନେ ସଂପୃକ୍ତ ଅଛନ୍ତି ବୋଲି ଅନୁମାନ କରାଯାଉଛି |

ସେହିପରି ବଲାଙ୍ଗିର, ସମ୍ବଲପୁର ତଥା ଅନ୍ୟାନ୍ୟ ସ୍ଥାନ ମାନଙ୍କରୁ ଦେଶୀ ମଦର ପଇସା ବାହାରୁଛି | ଏଥିରେ ରାଜ୍ୟ ସରକାରଙ୍କର ପ୍ରତ୍ୟକ୍ଷ ହାତ ରହିଛି ବୋଲି ଆଶଙ୍କା କରାଯାଉଛି | ଏଣୁ ଏହାର ପ୍ରତିବାଦରେ ସାରା ଓଡିଶାର ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ନେତା ଧୀରଜ ସାହଙ୍କର କୁଶ ପୁତଳିକା ଦାହ କରାଯାଇଛି | ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ରେ ମଧ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ବିକ୍ଷୋଭ କରାଯାଇ କୁଶ ପୁତଳିକା ଦାହ କରାଯାଇଥିଲା | ଏଥିରେ ଭାରତୀୟ ଜନତା ପାର୍ଟିର ଦଳୀୟ କର୍ମୀ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଅଧିକ ବଳିଷ୍ଠ କରିଥିଲେ |

ଏଥିରେ ମୁଖ୍ୟତଃ ଭାବେ ରାଜ୍ୟ ସମ୍ପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି, ଜିଲ୍ଲା ସାଧାରଣ ସଂପାଦକ ମନୋଜ କୁମାର ଦାସ, ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାପତି ମିଥିଳା ଟୁଡୁ, ଡାଳିମା ମଣ୍ଡଳ ସଭାପତି ସୁନୀଲ ସାୱୟାଁ, ପାସନା ମଣ୍ଡଳ ସଭାପତି ଲକ୍ଷ୍ମଣ ମାର୍ଣ୍ଡି, ତିରିଂ ମଣ୍ଡଳ ସଭାପତି ରତନ ମହାନ୍ତ, ଏମ ଏଲ ଏ ପ୍ରତିନିଧି ବିଜୁ ଗୋପାଳ ଗୋପ, ଝରାଡି ମଣ୍ଡଳ ସଭାପତି ମାଧବ ମହାପାତ୍ର, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଉପ ସଭାପତି ଝୁରିଲାଲ ମହାପାତ୍ର, ଯୁବ ମୋର୍ଚ୍ଚା ଯୁବ ସଭାପତି ଆଲୋକ ରଂଜନ ମହାନ୍ତ, ପୂର୍ବତନ ଜିଲ୍ଲା ପରିଷଦ କମଳାକାନ୍ତ ନାୟକ, ପୂର୍ବତନ ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ବିର୍ସା କୋଣ୍ଡାକେଲ, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମଡ, ତିରିଂ ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ଜଲେନ ବାର୍ଦ୍ଦା, ଜିଲ୍ଲା ସାଧାରଣ ସଂପାଦକ ଫାଗୁରାମ ମାର୍ଣ୍ଡି, ଏମ ପି ପ୍ରତିନିଧି ସାମନ୍ତ ଗିରି, ମିଡିଆ ସେଲ ପ୍ରଦୀପ ରାଉତ ଓ ରାଇରଙ୍ଗପୁର ମ୍ୟୁନିସିପାଲିଟି ଉପ ସଭାପତି ସଂଜୟ ସାହୁ ପ୍ରମୁଖ ସାମିଲ ଥିଲେ |

Leave A Reply

Your email address will not be published.