ରାଜସ୍ବ ଅମଲା ସଂଘର ଆନ୍ଦୋଳନ

0

ଓଡ଼ିଆ ନ୍ୟୁଜ୍: ସମୂହ ଛୁଟିରେ ରାଜସ୍ବ ଅମଲା ସଂଘ। ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ରାଜସ୍ବ କର୍ମଚାରୀ। ଆନ୍ଦୋଳନ ଯୋଗୁଁ ଜିଲ୍ଲାରେ ରାଜସ୍ବ କାର୍ଯ୍ୟ ବାଧାପ୍ରାପ୍ତ।ଦଶ ଦଫା ଦାବି ପୁରଣ କରିବାରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘର ପୂର୍ବନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ,୧୧ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରାଜସ୍ବ ଅମଲାମାନେ ସାମୁହିକ ଛୁଟିରେ ରହିବା ପରିପ୍ରେକ୍ଷୀରେ ଆଜି ଓଡିଶାର ସମସ୍ତ ଜିଲାରେ ରାଜସ୍ବ ଅମଲା ମଧ୍ୟ ସାମୂହିକ ଛୁଟିରେ ଅଛନ୍ତି।ଗତ ୮ ତାରିଖ ଦିନ ରାଜସ୍ବ ଅମଲାମାନେ ନିଜ ନିଜ ଅଧିକାରୀଙ୍କୁ ସମୂହ ଛୁଟି ଦରଖାସ୍ତ ପ୍ରଦାନ କରିଥିଲେ।

ଯେତେ ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ଦାବି ପୂରଣ କରି ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ରାଜ୍ୟ ରାଜସ୍ବ ଅମଲା ସଂଘର ମୁଖ୍ୟ ଉପଦେଷ୍ଟା ସୁଧାକର ମହାପାତ୍ର, ରାଜ୍ୟ ଉପସଭାପତି ସୁରେନ୍ଦ୍ର ବାବୁ, ବଲାଙ୍ଗିର ଜିଲା ରାଜସ୍ବ ଅମଲା ସଂଘର ସଭାପତି ପ୍ରଭାତ କୁମାର ମଲ୍ଲିକ, ସମ୍ପାଦକ ରତିକାନ୍ତ ପୁରୋହିତ, ଗଣମାଧ୍ୟମ ସମ୍ପାଦକ ଜ୍ୟୋତି ପ୍ରକାଶ ସାହୁ ପ୍ରକାଶ କରିଛନ୍ତି l ଏହି ଆନ୍ଦୋଳନ ସମୟରେ ଜନସାଧାରଣଙ୍କ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.