ଧର୍ମେନ୍ଦ୍ର ସାହୁ ହତ୍ୟା ଓ ଅର୍ଚ୍ଚନା ନାଗ କେଳେଙ୍କେରୀ ପାଇଁ ବିଜେପି କଟକ ନଗର ତରଫରୁ ପ୍ରତିବାଦ ସଭା, ଉପ ଜିଲ୍ଲାପାଳଙ୍କୁ ଦିଆଗଲା ଦାବି ପତ୍ର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଭାରତୀୟ ଜନତା ପାର୍ଟି, କଟକ ନଗର ଶାଖା ତରଫରୁ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ କେଳେଙ୍କାରୀ ଜଡିତ ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ସଭାରେ ବକ୍ତାମାନେ କହିଥିଲେ ରାଜ୍ୟରେ ବିଜୁ ଜନତା ଦଳ ସରକାରର ବହୁ ଦୁର୍ନୀତି,ଭ୍ରଷ୍ଟାଚାର ସହିତ ନିରନ୍ତର ଘଟିଚାଲିଥିବା ବ୍ୟଭିଚାର ଓ ତଦଜନିତ ହତ୍ୟା ଆମ ସାଡେ ଚାରି କୋଟି ଓଡ଼ିଆଙ୍କୁ ଅତ୍ୟନ୍ତ ବ୍ୟଥିତ କରିଥିବା ବେଳେ,ସଦ୍ୟ ନିମାପଡାର ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଓ ଅର୍ଚ୍ଚନା ନାଗଙ୍କ କେଳେଙ୍କେରୀ ଓଡିଶାରେ ଅତ୍ୟନ୍ତ ଘୃଣ୍ୟ ରାଜନୈତିକ ପରିବେଶ ସୃଷ୍ଟି କରିଛି ।

ଏଥିରେ ଶାସକ ଦଳର ବହୁ ବିଶିଷ୍ଟ ପ୍ରଭାବଶାଳୀ ନେତା ଓ ମନ୍ତ୍ରୀ ଛନ୍ଦି ହୋଇଥିବାରୁ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ଏବଂ ତଦନ୍ତ ବିଳମ୍ବିତ କରାଯାଉଛି । କଟକ ନଗର ବିଜେପିର କାର୍ଯ୍ୟକର୍ତା ମାନେ ଶ୍ରୀ ବଡୁ, ଶ୍ରୀ ନୟନ କିଶୋର ମହାନ୍ତି ଙ୍କ ସହିତ କଟକ ଉପଜିଲ୍ଲାପାଳ ଙ୍କୁ
ମହାମହିମ ଓଡିଶାର ରାଜ୍ୟପାଳ ମହୋଦୟଙ୍କ ଉଦ୍ଦେଶ୍ୟରେ ଦୁଇଟି ଦାବୀ ସମ୍ବଳିତ ସ୍ମାରକ ପତ୍ର ଦେଇଥିଲେ। ପ୍ରଥମ ଦାବୀ ଥିଲା,ମାମଲାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଶୀଘ୍ରାତିଶୀଘ୍ର ଗିରଫ କରାଯାଇ ଉଚିତ ଦଣ୍ଡ ଦିଆଯାଉ। ଦ୍ଵିତୀୟ ଦାଵୀ ଥିଲା ଏହି ଘଟଣା କୁ ପୂର୍ବ ମାମଲା ଗୁଡିକ ଭଳି ଶାସକ ଦଳ ପକ୍ଷରୁ ଚାପି ଦିଆଯିବାର ଯଥେଷ୍ଟ ସମ୍ଭାବନା ଥିବାରୁ, ଏହା ତୁରନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସିକନ୍ଦର ଅଲ୍ଲୀ, ରଶ୍ମିରେଖା ଦାସ, ବିଶ୍ୱରଞ୍ଜନ ମିଶ୍ର,ଭାଗିରଥି ଦଳେଇ, ପ୍ରବୋଧ ବଡ଼ପଣ୍ଡା,ନିତାଇ ଚରଣ ନନ୍ଦ,ରତନ ମହାନ୍ତି, ଦେବାନନ୍ଦ ସିଂ, ନିତାଇ ଗୌର ମହାନ୍ତି, କର୍ପୋରେଟର ଗୋପାଳ ବେହେରା, ପ୍ରବୀଣା ମହାପାତ୍ର, ସତ୍ୟବ୍ରତ ମିଶ୍ର, ମହେନ୍ଦ୍ର ମହାନ୍ତି, ମହମ୍ମଦ ସବିର, ଶିବ ପ୍ରସାଦ ନାଏକ,ସଂଗ୍ରାମ ସିଂ, ସନ୍ଦୀପ ମହାପାତ୍ର ,ଅରୁଣ ବେହେରା, ସତ୍ୟବ୍ରତ ଦାସ,ଅନୁପମ ଦାସ, ସାବ୍ୟସାଚି ମହାପାତ୍ର,କଲ୍ୟାଣୀ ମହଲା, ସୁବାଷ ମହାନ୍ତି, ଶରତ ଭୋଳ, ଜୟକୃଷ୍ଣ ସ୍ୱାଇଁ,ଅମ୍ରିତ ଆଚାର୍ଯ୍ୟ,ଶିବନାରାୟଣ ନାଏକ, ଶିଳ୍ପା ସୌମିତ୍ରୀ ଗିରି ଗୋସ୍ୱାମୀ, ନରେଶ ଭରାଲାୱାଲା, ସନ୍ତୋଷୀ ଚୌଧୁରୀ, ସଂଜୀବ ମହାପାତ୍ର, ବିଶ୍ୱଜିତ ଦାସ, ସୁଚିତ୍ରା ରାୟ,ସଂଜୀବ ରଣା, ଅଶୋକ ସାହୁ,ଚିରଞ୍ଜୀବ ଖଣ୍ଡାୟତ ରାୟ,ଅନିଲ ଦଳେଇ, ରଶ୍ମି ମହାପାତ୍ର, ମହେନ୍ଦ୍ର ଶୁକ୍ଲା, ସଂଜୀବ ମହାପାତ୍ର, ସୁଶାନ୍ତ ମହାନ୍ତି, ଦେବାନନ୍ଦ ବେହେରା, ମହମ୍ମଦ ମୁସ୍ତାକିମ, ବିଚିତ୍ରାନନ୍ଦ ମାଝୀ, ସ୍ନେହମଞ୍ଜରୀ ମହାନ୍ତି, ମନୋଜ ରାଉତ ଓ ଜୀବନ ଜ୍ୟୋତି ଦାସ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.