ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : ଜଳେଶ୍ଵରରେ ବିଜେପି ପକ୍ଷରୁ ଗଣଧାରଣା । ପୁରୁଣା କୋର୍ଟ ନିକଟରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ତଳେ ଗଣଧାରଣା ।ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବଡ଼ବଜାର ଠାରେ ଅସମ୍ପୂର୍ଣ୍ଣ ରେଲ ଓଭରବ୍ରିଜ କୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି |
ବିଜେପି ପକ୍ଷରୁ ପୁରୁଣା କୋର୍ଟ ନିକଟରେ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ତଳେ ଗଣଧାରଣା ଦେଇଛନ୍ତି ବିଜେପି । ସୂଚନା ଅନୁସାରେ ଗତ 2018 ମସିହାରେ ଆରମ୍ଭ ହୋଇ ଥିବା ଫ୍ଲାଏ ଓଭରବ୍ରିଜ ର ଶେଷ ଅବଧି କେବେ ଠାରୁ ଶେଷ ହୋଇଥିବା ବେଳେ, ରେଳବିଭାଗ ତାର କାର୍ଯ୍ୟ ସମାପ୍ତ କରିଛନ୍ତି ହେଲେ ରାଜନୈତିକ ବାତାବରଣ ମଧ୍ୟରେ ପୂର୍ତ୍ତ ବିଭାଗ କୈ।ଣସି ଗୁରୁତ୍ବ ନଦେଇ ବର୍ଷବର୍ଷ ଧରି ଅବହେଳିତ ଅବସ୍ଥାରେ ରଖିଥିବା ବିଜେପି ଅଭିଯୋଗ କରିଛି।
ପ୍ରତ୍ୟେକ ଦିନ ବାୟପାଶ ରାସ୍ତା ଧୂଳି ପୂର୍ଣ୍ଣ ରାସ୍ତା ରହୁଥିବା ରୁ ଦୁର୍ଘଟଣା ଘଟିଚାଲିଥିବା ବେଳେ ସ୍ଥାନୀୟ ନେତୃତ୍ବ ଚୁପ ରହିଛନ୍ତି, ଏହାକୁ ନେଇ ବିଜେପି ପକ୍ଷରୁ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଆଜି ପୁରୁଣା କୋର୍ଟ ନିକଟସ୍ଥ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ତଳେ ଦଳ ପକ୍ଷରୁ ଧାରଣା ଦିଆଯାଇଛି। ଏବଂ ଖୁବଶିଘ୍ର ଏହାର ପୂର୍ଣ୍ଣାଙ୍ଗୀ କରଣ ନହେଲେ ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଜଳେଶ୍ବର ବନ୍ଦ କରାଯିବାକୁ ଧମକ ଦିଆଯାଇଛି।