ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଜଗତସିଂହପୁର ଜାଗ୍ରତ ନାଗରିକ ମଞ୍ଚ ତରଫରୁ ଜିଲ୍ଲା ସଦରମହକୁମା ସ୍ଥିତ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଏକ ବିଭିନ୍ନ ସଂଗଠନ ତରଫରୁ ଗଣ ଧାରଣା ଦିଆଯାଇଥିଲା। ଉକ୍ତ ଗଣଧାରଣାରେ ଦାବି କରାଯାଇଥିଲା ଯେ ମେଡିକାଲ କୁ ମେଡିକାଲ କଲେଜରେ ରୂପାନ୍ତରିତ କବିବା ପାଇଁ।
ଯେ ହେତୁ ମେଡିକାଲ ସଂଲଗ୍ନ ରେ ୧୬ ଏକରରୁ ଜମି ଅଛି ଯଥା ଜଗତସିଂହପୁର ମେଡିକାଲ, ଥାନା, ପୌରପରିଷଦ କାର୍ଯ୍ୟାଳୟ, ଷ୍ଟେଟ ବ୍ୟାଙ୍କ, ପୂର୍ତ୍ତ ଗୃହ ନିର୍ମାଣ । ଯେଉଁ ଠାରେ ସ୍ବାସ୍ଥ୍ୟ କେନ୍ଦ୍ର ଅଛି ସେଠାରେ ହିଁ ମେଡିକାଲ ସ୍ଥାପନ ହେବ। ତାହାର ମୁଖ୍ୟ କାରଣ ଯେଉଁ ଠାରେ ପିଲା ପାଠ ପଢିବେ ସେହିଁ ଠାରେ ପିଲା ହିଁ ପିଲା ରୋଗୀ ସେବା କରିବେ। ଏହି ମେଡିକାଲ କୁ ନିର୍ଭର କରି ସହ ଶହ ଶହ ବ୍ୟବସାୟୀ ପରିବାର ଭରଣପୋଷଣ କରନ୍ତି। ତାହା ସହିତ ମେଡିସିନ ଷ୍ଟୋର ଦୋକାନୀ ପ୍ରଭାବିତ ହେବେ ।
ତେଣୁ ସରକାରଙ୍କ ନିକଟରେ ଜାଗ୍ରତ ନାଗରିକ ମଞ୍ଚ ତରଫରୁ ଦାବୀ ଜଗତସିଂହପୁର ମେଡିକାଲ କୁ ମେଡିକାଲ କଲେଜରେ ରୂପାନ୍ତରିତ କରାଯିବା ପାଇଁ। ଏହି ଧାରଣାରେ ସାମିଲ ହୋଇଥିଲେ ଜିଲ୍ଲା ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସ, ଯୁବ ଆଇନଜୀବୀ ସରୋଜ ବିଶ୍ଵାଳ, ନିଃସ୍ଵାର୍ଥପର ସେବା ସଂଗଠନ ସଭାପତି ସୁଦର୍ଶନ ଦାସ, ଆଶୀର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା, ଯୁବ ସମାଜ ସେବୀ ଲୋକନାଥ ସ୍ବାଇଁ, ୧୬ ନଂ ଔଡ ପାରିଷଦ ଅନାମ ସେଠି, ଯୁବ ସଂଗଠକ ଦେବାଶିଷ ମାଣିଆ, ସ୍ଥାନୀୟ ବୁଦ୍ଧିଜିବି ପ୍ରମୁଖ ସାମିଲ ହୋଇଥିଲେ |