ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ

ଆନନ୍ଦପୁର ଠାରେ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ, ଆନନ୍ଦପୁର : ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଜନସଂପର୍କ ପଦଯାତ୍ରା ବର୍ତ୍ତମାନ ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର ଠାରେ ଘରେ ଘରେ ବାର୍ତ୍ତା ପହଞ୍ଚାଇବା ପାଇଁ ଜନସପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ  ଘରେ ଘରେ ରାଜ୍ୟ ସରକାର ଙ୍କ ବାର୍ତ୍ତା ପହଞ୍ଚାଇବାକୁ ଅକ୍ଟୋବର ମାସ ୨ ତାରିଖ ରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଆଜି ଆନନ୍ଦପୁର ନିର୍ବାଚନମଣ୍ଡଳୀ ହାଟଡିହି ଠାରେ ଅନୁଷ୍ଠିତ ହୋଇଛି |

ଆନନ୍ଦପୁର ବିଧାୟକ ଭାଗିରଥି ସେଠି ଙ୍କ ନେତୃତ୍ୱ ରେ ହଜାର ହଜାର ବିଜେଡି କର୍ମୀ ଏକ ପଟୁଆର ରେ ହାଟଡିହି କଲେଜ ଛକ ନିକଟରୁ ବାହାରି ଛେନାପଡି ଛକ ନିକଟରେ ପହଞ୍ଚିଥିଲେ।

ଛେନାପଦି କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏକ ସଭାରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ବିଜେଡିର ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ପ୍ରମୁଖ ଯୋଗ ଦେଇ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ପଦଯାତ୍ରାର ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କହିଥିଲେ ।

Leave A Reply

Your email address will not be published.