ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜନ ସମ୍ପର୍କ ପଦଯାତ୍ରା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ବିଜୁଜନତା ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜନ ସମ୍ପର୍କ ପଦଯାତ୍ରା ବସ୍ତା ଗାନ୍ଧୀ ଛକ ଠାରୁ ଆରମ୍ଭ ହୋଇ ସଦାନନ୍ଦ ପୁର ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ଯାଇଥିଲା।

ସେହି ପରି ବାଲିଆପାଳ ଖାଗଡାପାଳ ଶିବ ମନ୍ଦିର ଠାରୁ ବାହାରି ବ୍ଲକ ଅଫିସ ଏବଂ ଜାମକୁଣ୍ଡା ଛକ ପଯ୍ୟନ୍ତ କରିଥିଲେ ଏହି ପଦଯାତ୍ରାରେ ବସ୍ତା ବିଧାୟିକା ସୁବାସିନୀ ଜେନା ସହିତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।ବିଧାୟିକା ସୁବାସିନୀ ଜେନା ଗାନ୍ଧୀ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତିରୁ ମାଲ୍ୟାର୍ପଣ କରି ପଦଯାତ୍ରା ଆରମ୍ଭ କରିଥିଲେ।

ଏହି ଜନ ସମ୍ପର୍କ ପଦଯାତ୍ରା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଉପଲକ୍ଷେ ବିଜୁ ଜନତା ଦଳ ପ୍ରତ୍ୟକ ଗାଁକୁ ଯାଇ ଦଳର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ଲୋକଙ୍କୁ ବୁଝାଇବ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବ ବୋଲି ବିଧାୟିକା ସୁବାସିନୀ ଜେନା କହିଛନ୍ତି ।

Comments are closed.