ଓଡ଼ିଆ ନ୍ୟୁଜ୍: ବିନା PUCCରେ ପରିବହନ ବିଭାଗର ମାଳ ମାଳ ଗାଡ଼ି ଗଡୁଛି। ବିଧାନସଭାର ଲିଖିତ ଉତ୍ତରରୁ ଆସିଲା ସାଙ୍ଘାତିକ ତଥ୍ୟ।’ପରିବହନ କାର୍ଯ୍ୟାଳୟରେ ନିୟୋଜିତ ହୋଇଛି ୨୪୨ଟି ଗାଡ଼ି।ସେଥି ମଧ୍ୟରୁ ୪୪ଟି ଗାଡ଼ି ରାଜ୍ୟ ସରକାରଙ୍କର ନିଜସ୍ୱ’।’୧୯୮ଟି ଗାଡ଼ି ଭଡ଼ାରେ ଆଣିଛନ୍ତି ରାଜ୍ୟ ସରକାର’।’ସବୁ ଗାଡ଼ିର PUCC ଅବଧି ୨୦୨୫ ଡିସେମ୍ବର ୨୨ରୁ ଶେଷ’।
ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ଡେଡଲାଇନ ଦେଲେ ଲୋକଙ୍କୁ ବାଧୁଛି । ତୁରନ୍ତ ଗାଡିର ଫିଟନେସ କରନ୍ତୁ । ନ ହେଲେ ବାତିଲ ହେବ RC । ଯାତ୍ରୀବାହୀ ବସ୍ ହେଉ କି ସ୍କୁଲ ବସ୍, ଯାହାର ବି ଫିଟନେସ ନାହିଁ, ତା ଉପରେ ଆକ୍ସନ ନିଆଯିବ । ପୂର୍ବରୁ ଆଖି ଦେଖି ଫିଟନେସ ଦିଆଯାଉଥିଲା । ଏବେ ATS ବା ଅଟୋମେଟିକ ଟେଷ୍ଟିଙ୍ଗ ସେଣ୍ଟର ଜରିଆରେ ଫିଟନେସ ଦିଆଯିବ । ସମୟ ଲାଗୁଥିବାରୁ ବର୍ତ୍ତମାନ ପୁଣି ମାନୁଆଲି ଫିଟନେସ ଦିଆଯିବ । ତେବେ ଖୁବ୍ଶୀଘ୍ର ATS ନିର୍ମାଣ ସରିବ । ସ୍କୁଲ ବସ୍ର ଫିଟନେସ ଓ PUCC ଆବଶ୍ୟକ । ଯାଞ୍ଚ ହେବ । କିଛି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ହେଲାଣି । ବାରମ୍ବାର ଅମାନିଆ ହେଲେ, RC ବାତିଲ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।