ପଞ୍ଜାବ ଅମୃତସରରେ ସରିଲା ବ୍ଲାକଆଉଟ

0

ଓଡ଼ିଆ ନ୍ୟୁଜ୍: ପଞ୍ଜାବ ଅମୃତସରରେ ସରିଲା ବ୍ଲାକଆଉଟ । ସକାଳ ୫ଟା ୨୪ରେ ସରିଲା ବ୍ଲାକଆଉଟ୍ । ଅମୃତସରରେ ବିଜୁଳି ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ । ଲୋକଙ୍କ ଘର ଭିତରେ ରହିବାକୁ ପରାମର୍ଶ । ଘର କବାଟ ଓ ଝରକା ନଖୋଲିବାକୁ ନିବେଦନ । ଭାରତ-ପାକ୍ ଯୁଦ୍ଧର ଅସ୍ତ୍ରବିରତି ନିଷ୍ପତ୍ତି ପରେ ବି ରେଡ୍ ଆଲର୍ଟରେ ଅମୃତସର। ଏନେଇ ସାଧାରଣ ଲୋକଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭୟଭୀତ ନହୋଇ ଗ୍ରୀନ ସିଗନାଲ କୁ ଅପେକ୍ଷା କରିବା ପାଇଁ କୁହାଯାଇଛି।

ସେପଟେ ପଠାନକୋଟରେ ବି ସରିଲା ବ୍ଲାକଆଉଟ । ରାତିରେ ଡ୍ରୋନ ଆକ୍ରମଣ କି ଗୁଳିମାଡ଼ ହୋଇନି । ଅସ୍ତ୍ରବିରତି ପରେ ଧୀରେ ଧୀରେ ସୀମାରେ ଫେରୁଛି ଶାନ୍ତି। ଆକାଶରେ ଉଡ଼ିନି ପାକିସ୍ତାନୀ ଡ୍ରୋନ୍। ଗୁଳିଗୁଳା ବର୍ଷା ବି ହୋଇନି। ଏବେ ଜମ୍ମୁର ବିଭିନ୍ନ ସ୍ଥାନରେ ସ୍ଥିତି ସ୍ବାଭାବିକ ହୋଇଛି । ରାଜୌରୀରେ ଆଉ କୌଣସି ଡ୍ରୋନ୍ ଉଡ଼ିନଥିବା ସୂଚନା ମିଳିଛି । ଅଖନୁର ସେକ୍ଟରରେ ମଧ୍ୟ ସ୍ଥିତି ସ୍ବାଭାବିକ । ପଂଜାବ ଫିରୋଜପୁରରେ ବି ଉଡ଼ିନି ପାକିସ୍ତାନୀ ଡ୍ରୋନ୍।

Leave A Reply

Your email address will not be published.