୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

0

ଓଡ଼ିଆ ନ୍ୟୁଜ୍: ଆଜି ମହାପ୍ରଭୁଙ୍କ ବନକଳାଗିନୀତି ଅନୁଷ୍ଠିତ ହେବ। ସେଥିପାଇଁ  ୪ ଘଣ୍ଟା ବନ୍ଦ ରହିବ ଦର୍ଶନ। ଦର୍ଶନ ବନ୍ଦ ରହିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଆଜି ସନ୍ଧ୍ୟା ୬.୩୦ ରୁ ରାତି ୧୧ଟା ମଧ୍ୟରେ ବନକଲାଗି ନୀତି ସମ୍ପାଦିତ ହେବ। ଏହି ସମୟ ମଧ୍ୟରେ, ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ।

ଏହି ନୀତି ଦତ୍ତ ମହାପାତ୍ର ସେବକ ଏବଂ ଖଡିପ୍ରସାଦ ଦଇତାପତି ସେବକମାନେ କରିଥାନ୍ତି। ସେମାନେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ରଙ୍ଗ ପ୍ରସ୍ତୁତ କରି ଦେବତାମାନଙ୍କ ମୁହଁରେ ଲଗାଇଥାନ୍ତି। ରଙ୍ଗରେ କସ୍ତୁରୀ, କେଶର ଅତର, ଆଦି କରାଯାଇଥଏ। ବଜାରରେ ଉପଲବ୍ଧ ରଙ୍ଗ ମନ୍ଦିରରେ ବ୍ୟବହାର କରାଯାଏ ନାହିଁ। ଶ୍ରୀଜିଉଙ୍କର କରାଯାଉଥିବା ଶୃଙ୍ଗାରକୁ ମନ୍ଦିର ଭାଷାରେ ‘ବନକଲାଗି’ କୁହାଯାଇଥାଏ।

 

Leave A Reply

Your email address will not be published.