୮ ଲେନ୍‌ ହେବ ଭୁବନେଶ୍ବରରୁ ପୁରୀ ରାସ୍ତା

0

ଓଡ଼ିଆ ନ୍ୟୁଜ୍: ପୁରୀ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଖୁସି ଖବର । ଏବେ କମିଯିବ ଜଗା ପାଖକୁ ଯିବା ସମୟ । ମାତ୍ର ୪୦ ମିନିଟ୍‌ରେ ଭକ୍ତ ପହଞ୍ଚିଯିବେ ଭୁବନେଶ୍ବରରୁ ପୁରୀ । ଏନେଇ ଚିନ୍ତା କରୁଛନ୍ତି ସରକାର , ଏଥିପାଇଁ ୮ ଲେନ୍‌ ହେବ ଭୁବନେଶ୍ବରରୁ ପୁରୀ ରାସ୍ତା । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ।

ଜାତୀୟ ରାଜପଥର ପ୍ରପୋଜାଲ୍ ଥିଲା ଭୁବନେଶ୍ବର ପୁରୀ ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରିବା ପାଇଁ । ସେଥିପାଇଁ ସରକାର ସମ୍ମତି ପାଇସାରିଛନ୍ତି । ରାଜ୍ୟର ଦାବି ଥିଲା ଭୁବନେଶ୍ବର ପୁରୀ ରାସ୍ତାକୁ ୮ ଲେନ କରିବା ପାଇଁ । କେନ୍ଦ୍ରମନ୍ତ୍ରୀ ମଧ୍ୟ ସେ ରାସ୍ତାକୁ ୮ ଲେନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫିଜିବିଲିଟିକୁ ଦେଖି ତାକୁ ୮ ଲେନ୍‌ କରାଯିବ ନଚେତ୍ ୬ ଲେନ୍‌ କରି ଆକ୍ସେସ କଣ୍ଟ୍ରୋଲ କରି ୨ ଲେନ୍‌ ସର୍ଭିସ ରୋଡ୍‌ କରିବାକୁ ଯୋଜନା କରାଯାଉଛି । ଛୋଟ ଗାଡ଼ି ପାଇଁ ସର୍ଭିସ ରୋଡ୍‌ କରିବାକୁ ଯୋଜନା କରିଛନ୍ତି ସରକାର ।

Leave A Reply

Your email address will not be published.