୧୧ଟାରେ ରାତ୍ର ପହୁଡ଼ ୨ଟାରେ ଦ୍ବାର ଫିଟା

0

ଓଡ଼ିଆ ନ୍ୟୁଜ୍: ୩୧ ତାରିଖରେ ଶ୍ରୀମନ୍ଦିରରେ ରାତି ୨ଟାରେ ହେବ ଦ୍ବାରଫିଟା।ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା।ପହିଲି ଭୋଗ ନୀତି ନିର୍ଘଣ୍ଟ ପୂର୍ବରୁ ସ୍ଥିର ହୋଇଛି। ନୀତି ନିର୍ଘଣ୍ଟ ଅନୁସାରେ ୧୧ଟାରେ ରାତ୍ର ପହୁଡ଼, ୨ଟାରେ ଦ୍ବାର ଫିଟା।ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦିନ ବାହାର କାଠରୁ ଦର୍ଶନ। ସିଂହଦ୍ବାର ଦେଇ ପ୍ରବେଶ ଓ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ।ନବବର୍ଷରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୨ ଲକ୍ଷ ଟପି ଯାଇପାରେ, ପୂରା ପ୍ରସ୍ତୁତ ଅଛୁ।

ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦୁଇ ଦିନ ଧରି ଭକ୍ତମାନେ କେବଳ ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ୱାର ଦେଇ ବାହାରକୁ ପ୍ରସ୍ଥାନ କରିବେ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ନବବର୍ଷ ଅବସରରେ ପୁରୀରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଇପାରେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ସୁରକ୍ଷା ପାଇଁ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ସ୍ଥିର ହୋଇଥିବା ପହିଲି ଭୋଗ ନୀତି ମଧ୍ୟ ସଠିକ୍ ସମୟରେ ଅନୁଷ୍ଠିତ ହେବ।

Leave A Reply

Your email address will not be published.