ଓଡ଼ିଆ ନ୍ୟୁଜ୍: ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା । ଆଜି ମହାପ୍ରଭୁଙ୍କ ପାଖରେ ଖାଲି ଲାଗି କରାଯିବ। ଗତକାଲି ଚକାବିଜେ ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯାଇଥିଲା । ଆଜି ଏକାଦଶୀ ତିଥିରେ ଲାଗିହେବ ଖଳିପ୍ରସାଦ । ଏକାଦଶୀରେ ସୁଧ ସୁଆରଙ୍କ ଘରୁ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଦଇତାପତି ସେବକଙ୍କ ଦ୍ଵାରା ମହାପ୍ରଭୁଙ୍କୁ ଲାଗି କରିବାର ଵିଧି ରହିଛି ।
ଦଇତାପତିଙ୍କ ଦ୍ୱାରା ମଧ୍ୟହ୍ନ ଧୂପ ପରେ ଏହା ଲାଗି କରାଯାଇ ବାହାର ସର୍ବାଙ୍ଗ ବେଶ କରାଯିବ । ସେପଟେ ଆସନ୍ତାକାଲି ଦ୍ୱାଦଶୀ ତିଥିରେ ସକାଳଧୁପ ପରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜ ପ୍ରସାଦ ବିଜେ କରିବେ ଦଇତାପତି ସେବାୟତ । ଆଉ ତାପର ଦିନ ତ୍ରୟୋଦଶୀ ତିଥିରେ ଘଣାଲାଗି ନିତି ମଙ୍ଗଳଆଳତୀ ପୂର୍ବରୁ ଶେଷ କରାଯିବ।