ଓଡ଼ିଆ ନ୍ୟୁଜ୍: ପୁରୀ ପେଣ୍ଠକଟାରେ ଯୁବକଙ୍କୁ ନିର୍ମମ ହତ୍ୟା।ଧୋବାଖାଲ ନିକଟରେ ହତ୍ୟାକାଣ୍ଡ; ମୃତ ଯୁବକ ବାଲି ଉପର ବସ୍ତିର। ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସର ତଦନ୍ତ।
ଖବର ଅନୁଯାୟୀ, ପୁରୀରେ ପୁଣି ଥରେ ଗଡ଼ିଲା ମୁଣ୍ଡ। ପେଣ୍ଠକଟା ଧୋବାଖାଲରେ ଗଡ଼ିଲା ମୁଣ୍ଡ। ଯୁବକଙ୍କୁ ଅତି ନିର୍ମମ ଭାବେ କରାଯାଇଛି ହତ୍ୟା। ମୃତ ଯୁବକଙ୍କ ବଡ଼ଶଙ୍ଖ ଅଞ୍ଚଳରେ ବୋଲି ଜଣାପଡିଛି। ସେପଟେ ହତ୍ୟାକାଣ୍ଡ ସଂପର୍କ ଖବରପାଇ ସମୁଦ୍ର କୂଳ ଥାନା ପୋଲିସ ଓ ସିଟି ଡିଏସପିଙ୍କ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପୁରୀ ହସ୍ପିଟାଲକୁ ପଠାଇଛି ପୋଲିସ। ସେହିପରି ପୋଲିସ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି । ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।