ଓଡ଼ିଆ ନ୍ୟୁଜ୍: ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା।ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସ୍ଥାନାନ୍ତର କରାଯିବ ଅଳଙ୍କାର। ସକାଳ ୧୦ ଟାରୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିବ। ଭକ୍ତ ଉତ୍ତରଦୁଆର ଦେଇ ମହାପ୍ରସାଦ ପାଇଁ ଆନନ୍ଦବଜାର ଯାଇପାରିବେ।କେବଳ ପାଳିଆ ସେବକ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିବ ଶ୍ରୀମନ୍ଦିର।ପାଳିଆ ସେବକ ଓ ୧୧ ଜଣିଆ ଟିମ୍ ସଦସ୍ୟ ପାସ୍ ଦେଖାଇ ଭିତରକୁ ଯିବେ।
ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବ। ଏଥିପାଇଁ କାଲି ଦିନ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ। ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଛି। ରତ୍ନଭଣ୍ଡାର ସ୍ଥାନାନ୍ତର ପରେ କଟକଣା ପ୍ରତ୍ୟାହାର ହେବ।