ଓଡ଼ିଆ ନ୍ୟୁଜ୍: ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ; ୧୪ ଗିରଫ। ସଦର ଥାନା ଖଡ଼ିପଦାରେ ଚଢ଼ାଉ; ୭ ଲକ୍ଷ ୭୧ ହଜାର ଟଙ୍କା ଜବତ। ମୁଖ୍ୟ ଅଭିଯୁକ୍ତର ଫେରାର, ୬ ବାଇକ୍ ଓ ୨ଟି ଚାରି ଚକିଆ ଗାଡ଼ି ଜବତ। ଆକ୍ସନରେ ପୁରୀ ପୋଲିସ । ଜୁଆ ଆଡ୍ଡା ଉପରେ ପୁରୀ ପୋଲିସର ଚଢାଉ । ସଦର ଥାନା ଅନ୍ତର୍ଗତ ଖଡ଼ିପଦା ଗାଁରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି ।
ଖବର ଅନୁଯାୟୀ, ଖଡ଼ିପଦା ଗାଁରେ ଜୁଆ ଖେଳ ଚାଲିଥିଲା । ଯାହା ସଂପର୍କରେ ଖବର ପାଇ ପୁରୀ ପୋଲିସ ଚଢାଉ କରିଥିଲେ । ଏହି ଚଢାଉରେ ପୋଲିସକୁ ୭ ଲକ୍ଷ ୭୧ ହଜାର ୬ ଶହ ଟଙ୍କା ଜବତ ହୋଇଛି । ଏହାସହ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ସେହିପରି ଘଟଣାସ୍ଥଳରୁ ୧୨ଟି ତାସ୍ ପ୍ୟାକେଟ୍, ୬୦ଟି ଟୋକନ, ୨ଟି କାର୍, ୬ଟି ବାଇକ ଜବତ ହୋଇଛି । ତେବେ ମୁଖ୍ୟ ଅଭିଯୁକ୍ତ ଜଟିଆ ଓରଫ ସୋମନାଥ ରାଉତ ସହ ୧୪ ଅଭିଯୁକ୍ତଙ୍କୁ ଗିରଫ କରିଛି ସଦର ଥାନା ପୋଲିସ ।