ଶ୍ରୀମନ୍ଦିରରେ ନାବାଳକଙ୍କୁ ମାଡ଼

0

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିରରେ ନାବାଳକଙ୍କୁ ମାଡ଼।ଶ୍ରୀମନ୍ଦିର ପରିସରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଲିସ ମାଡରେ ଜଣେ ନାବାଳକ ଆହତ ହୋଇଛନ୍ତ। ଘଟଣାଟି ଶ୍ରୀମନ୍ଦିର ବାହାର କାଠ ନିକଟରେ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଆହତ ନାବାଳକ ଜଣଙ୍କ ହେଉଛନ୍ତି ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର। ସେ ତାଙ୍କ ବାପା ଓ ମା’ଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ସେମାନେ ବ୍ୟାରିକେଡ୍‌ ଦେଇ ଶ୍ରୀ ମନ୍ଦିରକୁ ଯାଇଥିଲେ। ବାହାର କାଠ ନିକଟରେ ଦର୍ଶନ କରୁଥିବା ସମୟରେ ପୋଲିସ ତାଙ୍କୁ ମାଡ଼ ମାରିଥିଲା।

ନାବାଳକ ପ୍ରତିବାଦ କରିବାରୁ ତାଙ୍କୁ ଆଉ ଥରେ ପୋଲିସ ମାଡ଼ ମାରିଥିଲେ। ନାବାଳକ ଅଚେତ ହୋଇ ଗୁରୁତର ହୋଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ପଡ଼ିଲେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଯିବ ବୋଲି ଡାକ୍ତର କହିଛନ୍ତି।

Leave A Reply

Your email address will not be published.