ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ।ସ୍ପଷ୍ଟ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।’ଭକ୍ତ ନିବାସରେ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ୍ ଭଡ଼ା ଦିଆଯାଉଛି।ବାହାରୁ ଆସୁଥିବା ଅନେକ ଭକ୍ତ ଚାରିଚକିଆ ଗାଡ଼ି ନେଇ ଆସୁନାହାନ୍ତି।ଯେଉଁମାନେ ଚାରିଚକିଆ ଆଣି ଆସୁଛନ୍ତି ପାର୍କିଂ ଫି ଦିନକୁ ୫ ଶହ ଟଙ୍କା ଦେବେ।ଅନ୍ୟ ବାହାର ଲୋକ ଭକ୍ତ ନିବାସରେ ଗାଡ଼ି ପାର୍କିଂ କରିପାରିବେ ନାହିଁ।ଅନ୍ୟ ପାର୍କିଂ ସ୍ଥଳରେ ୨୪୦ ଟଙ୍କା ଦେଇ ଗାଡ଼ି ପାର୍କିଂ କରୁଛନ୍ତି ଯାତ୍ରୀ।
ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଆଗାମୀ ରଥଯାତ୍ରା ଅବସରରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା ରଥ କାଠକୁ ନେଇ ବୈଠକରେ ଆଲୋଚନା ହୋଇଛି । ରଥ ନିର୍ମାଣ ପାଇଁ ସମସ୍ତ କାଠ କିଭଳି ଠିକ୍ ସମୟରେ ପହଞ୍ଚି ପାରିବ ସେନେଇ ଗୁରୁତ୍ବ ଦିଆଯାଇଛି । ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ନେଇ ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଡକାଯାଇଛି । ରତ୍ନ ଅଳଙ୍କାର ଗଣତି ମଣତି ନେଇ ପ୍ରସ୍ତୁତ ଏସଓପି ଉପରେ ବୈଠକରେ ଆଲୋଚନା ହେବ। ମହାପ୍ରଭୁ ବିଜେ ପୁରୀ ରାଜସ୍ବ ଜମି ଉପରେ ମଧ୍ୟ ଆଲୋଚନା ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ନେଇ ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ। ମାଗଣାରେ ଜୋତା ଷ୍ଟାଣ୍ଡ ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ବସନ୍ତ ପଞ୍ଚମୀକୁ ଖୋଲିପାରେ ଗୁଣ୍ଡିଚା ମନ୍ଦିର। ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପରେ ପ୍ରଥମ ତିନିଦିନ ନିଃଶୁକ୍ଳରେ ପ୍ରବେଶ କରିବେ ଭକ୍ତ ।